ଦେଶ ବିଦେଶ

ପାକିସ୍ତାନରେ ମହିଳା ନିର୍ଯାତନା: ମନ ପସନ୍ଦର ପୋଷାକ ପିନ୍ଧିବା ମନା, ଡିଜିଟାଲ ପ୍ରିଣ୍ଟ୍ ଡ୍ରେସ ପିନ୍ଧି ହାଜତରେ ମହିଳା…

ଇସଲାମାବାଦ: ଆର୍ଥିକ ତଥା ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ସାଂସ୍କୃତିକ ସଙ୍କଟର ସାମ୍ନା ମଧ୍ୟ କରୁଛନ୍ତି। ଦେଶରେ ମହିଳା ନିର୍ଯାତନ ବଢ଼ିବାରେ ଲାଗିଛି। ମହିଳାଙ୍କୁ ତାଲିବାନୀ ଆଇନର ଶିକାର ହେବାକୁ ପଡୁଛି। ସେମାନଙ୍କୁ ମନ ପସନ୍ଦର ପୋଷାକ ପିନ୍ଧିବାକୁ ବାରଣ କରାଯାଉଛି।

ସମ୍ପ୍ରତି ଲାହୋର ସହରରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଜଣେ ମହିଳା ଆରବି ଭାଷାର ଡିଜିଟାଲ ପ୍ରିଣ୍ଟ୍ ଥିବା ପୋଷାକ ପିନ୍ଧିଥିବାରୁ ତାଙ୍କୁ ହାଜତରେ ରଖାଯାଇଥିଲା।

https://platform.twitter.com/embed/Tweet.html?dnt=true&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1761762390448726099&lang=en&origin=https%3A%2F%2Fsambad.in%2Findia-and-beyond%2Fharassment-of-women-in-pakistan-refused-to-wear-favorite-clothes-woman-in-custody-wearing-digital-print-dress-1126629%2F&sessionId=7942f0dc162b91a764555710251ddb0cb9c38216&theme=light&widgetsVersion=2615f7e52b7e0%3A1702314776716&width=550px

ମହିଳା ଜଣଙ୍କ ଏହି ପୋଷାକ ପିନ୍ଧି ଏକ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ସେଠାରେ ଥିବା ଲୋକେ ଭାବିଲେ ମହିଳାଙ୍କ ପୋଷାକ‌ରେ କୋରାନ ଆୟତ ଲେଖାଯାଇଛି। ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଏନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି କିଛି ନବୁଝି ନଶୁଝି ମହିଳାଙ୍କୁ ହାଜତକୁ ନେଇଯାଇଥିଲା। ପରେ ଜଣାପଡ଼ିଥିଲା ଅଭିଯୋଗ ଭିତ୍ତିହୀନ। ମହିଳା ପିନ୍ଧିଥିବା ପୋଷାକରେ କୋରାନର ଆୟତ ନ ଥିଲେ ମଧ୍ୟ ତାଙ୍କୁ ପୁଲିସ ଷ୍ଟେସନରେ ଏନେଇ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଥିଲା।

ଏହି ଘଟଣାର ଏକ ଭିଡ଼ିଓ ପାକିସ୍ତାନର ମହିଳା ସାମ୍ବାଦିକ ନାୟଲା ଇନାୟତ ସୋସିଆଳ ମିଡ଼ିଆ ଏକ୍ସରେ ଶେୟାର କରିଛନ୍ତି। ଭିଡ଼ିଓରେ ମହିଳାଙ୍କ ପ୍ରତି ଲୋକେ ଆକ୍ଷେପ କରୁଥିବାର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିର ସାମ୍ନା ନ କରି ପାରି ମହିଳା ଜଣଙ୍କ ନିଜର ମୁହଁ ଲୁଚାଉଛନ୍ତି।

ମହିଳା ଜଣକ ଇସଲାମ ଧର୍ମକୁ ଅପମାନିତ କରିଥିବା ଉପସ୍ଥିତ ଲୋକେ କିଛି ନ ବୁଝି ନ ଶୁଝି ଅଭିଯୋଗ କରୁଥିବାରୁ ଦେଖିବାକୁ ମିଳୁଛି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁର୍ଖା ପିନ୍ଧାଇ ମହିଳାଙ୍କୁ ଷ୍ଟେସନକୁ ନେଇ ଯାଇଥିଲା।

ପରେ ପୁଲିସ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ମହିଳା ଜଣକ ଆରବି ଭାଷା ପ୍ରିଣ୍ଟ୍ ହୋଇଥିବା ଏକ ପୋଷାକ ପିନ୍ଧିଥିଲେ। ମାତ୍ର ଲୋକେ ତାଙ୍କ ପୋଷାକରେ କୋରାନର ଆୟତ ଲେଖାଥିବା ଭାବି କ୍ରୋଧିତ ହୋଇଥିଲେ। କିନ୍ତୁ ଏହା ଆପତ୍ତିଜନକ ପ୍ରିଣ୍ଟ୍ ନୁହେଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ