ଅପରାଧ ଦେଶ ବିଦେଶ

ପଶ୍ଚିମବଙ୍ଗ ହିଂସା ଘଟଣା: ୨୦୦ରୁ ଅଧିକ ଗିରଫ, ୪୨ ମାମଲା ରୁଜୁ କଲା ପୋଲିସ୍‌

କୋଲକାତା, ୧୨/୦୬ : ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନିଲମ୍ୱିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନ୍‌କୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ହିଂସାରେ ୨୦୦ରୁ ଅଧିକ ଲୋକଙ୍କୁ ଗରିଫ କରାଯାଇଛି । ଏଥି ସହିତ ବିରୋଧ ପ୍ରଦର୍ଶନରେ ସାମିଲଥିବା ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୪୨ଟି ମାମଲା ରୁଜୁ କରିଛି ପୋଲିସ୍‌ । ଏନେଇ ସୋମବାର ଡିଜିପି ମନୋଜ ମାଲଭିୟ ସୂଚନା ଦେଇଛନ୍ତି । ପିଟିଆଇର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।

କୋଲକାତା ପୋଲିସ୍‌ ଏହି ଘଟଣାକୁ ନେଇ ବିଜେପିର ନିଲମ୍ୱିତ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମନ୍‌ କରିଛି । ଏକ ଟିଭି ଡିବେଟ୍‌ରେ ଦେଇଥିବା ମନ୍ତବ୍ୟକୁ ନେଇ ପୋଲିସ୍‌ ତାଙ୍କୁ ସମନ୍‌ କରିଥିବା ଜଣାପଡ଼ିଛି । ବୟାନ୍‌ ରେକର୍ଡ କରାଯିବା ପାଇଁ ଜୁନ୍‌ ୨୦ ତାରିଖରେ ତାଙ୍କୁ ନାରକେଲଡାଙ୍ଗା ପୋଲିସ୍‌ ଷ୍ଟେସନ୍‌ରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ତୃଣନୂଳ କଂଗ୍ରସର ସଂଖ୍ୟାଲଘୁ ସେଲ୍‌ର ସାଧାରଣ ସଂପାଦକ ମଧ୍ୟ ନୂପୁରଙ୍କ ମନ୍ତବ୍ୟକୁ ନେଇ କଣ୍ଟାଇ ପୋଲିସ୍‌ ଷ୍ଟେସନ୍‌ରେ ଏକ ଏଫ୍‌ଆଇଆର୍‌ ଦାଏର କରିଛନ୍ତି ।

ସୂଚନା ଥାଉକି ନୂପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ନମାଜ ପରେ ବିଭିନ୍ନ ସ୍ଥାନରେ ଥିବା ମସଜିଦ ଆଗରେ ଲୋକେ ବିକ୍ଷୋଭ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରି ଟେକାପଥର ମାଡ କରିଥିଲେ। ଏଥିରେ ଉପଦ୍ରବୀମାନେ ଛୋଟ ଛୋଟ ଛୁଆଙ୍କୁ ଆଗକୁ କରି ପଛରେ ରହି ପୋଲିସ ଉପରକୁ ଟେକାପଥର ମାଡ କରୁଥିବା ଦେଖା ଯାଇଥିଲା । ତେବେ ପଶ୍ଚିମବଙ୍ଗରେ ଏପରି କୌଣସି ଗତିବିଦ୍ଧିକୁ ପ୍ରଶ୍ରୟ ଦିଆଯିବନି ବୋଲି ମମତା ବାନାର୍ଜୀ ଚତାଇ ଦେଇଥିଲେ । ଶୁକ୍ରବାର ବିକ୍ଷୋଭ ବେଳେ ଉପଦ୍ରବୀମାନେ ବିଜେପି କାର୍ଯ୍ୟାଳୟରେ ପୋଡାଜଳା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ