ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା: ମମତା ବାନାର୍ଜୀଙ୍କ ପୁତୁରାବୋହୂଙ୍କ ନାଁରେ ଗିରଫ ପର୍‌ୱାନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କ‌ୋଇଲା ଚୋରା ଚାଲାଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାବୋହୂ ରୁଜିରା ବାନାର୍ଜୀଙ୍କ ନାଁରେ ଦିଲ୍ଲୀର ଏକ ଅଦାଲତ ଆଜି ଗିରଫ ପର୍‌ୱାନା ଜାରି କରିଛନ୍ତି। ଅବଶ୍ୟ ଏହି ଗିରଫ ପର୍‌ୱାନାରେ ତାଙ୍କୁ ଜାମିନ ମିଳିପାରିବ।

ରୁଜିରା ବାନାର୍ଜୀ ତଦନ୍ତରେ ଯୋଗ ଦେବାକୁ ଅଗ୍ରାହ୍ୟ କରିବା ସହ ସମନ୍‌ ତାରିଖ ଏଡ଼ାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିବା ପରେ ଅଦାଲତ ତାଙ୍କ ବିରୋଧରେ ଗିରଫ ପର୍‌ୱାନା ଜାରି କରିଛନ୍ତି।

ବାନାର୍ଜୀଙ୍କ ନାମରେ ଅନେକ ସମନ୍‌ ଜାରି କରାଯିବା ସତ୍ତ୍ବେ ସେ ଅଦାଲତ କିଂବା ତଦନ୍ତକାରୀ ଏଜେନ୍‌ସିଙ୍କ ଠାରେ ହାଜର ହେଉନାହାନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ନିତେଶ ରାଣା ଅଦାଲତଙ୍କୁ କହିଥିଲେ।

‘ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌’ ସ୍ନିଗ୍ଧା ସର୍ବରିଆ ପ୍ରବର୍ତ୍ତନ ନିର୍ଦେଶାଳୟଙ୍କ ଆବେଦନକୁ ଭିତ୍ତି କରି ଏହି ଗିରଫ ପର୍‌ୱାନା ଜାରି କରିଛନ୍ତି।

ଏହି ମାମଲାର ବିଚାର ପାଇଁ ଅଦାଲତ ଅଗଷ୍ଟ ୨୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

ସ୍ମରଣଯୋଗ୍ୟ, ପଶ୍ଚିମବଙ୍ଗର ଆସାନସୋଲ୍‌ ଅନ୍ତର୍ଗତ କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ‘ଇଷ୍ଟ୍‌ର୍ଣ୍ଣ କୋଲ୍‌ଫିଲ୍‌ଡ୍ସ୍‌ ଲିମିଟେଡ୍‌’ର ଥିବା ଖଣିରୁ କୋଟି କୋଟି ଟଙ୍କାର କୋଇଲା ଚୋରା ଚାଲାଣ ହୋଇଥିବା ଅଭିଯୋଗ କରି ୨୦୨୦ ନଭେମ୍ବର ମାସରେ ‘ସିବିଆଇ’ ଦାଏର କରିଥିବା ‘ଏଫ୍‌ଆଇଆର୍‌’କୁ ଭିତ୍ତି କରି ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ରେ ଥିବା ବ୍ୟବସ୍ଥା ଅନୁସାରେ ମାମଲା ରୁଜୁ କରିଥିଲା।

ଏହି ମାମଲାରେ, ସ୍ଥାନୀୟ କୋଇଲା ବ୍ୟବସାୟର ଅନୁପ ମାଝୀ ଓରଫ ଲାଲା ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଏହି ଅନୈତିକ ବ୍ୟବସାୟରୁ ମିଳୁଥିବା ଅର୍ଥରେ ଅଭିଷେକ ବାନାର୍ଜୀଙ୍କର ଭାଗ ଥିଲା ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦାବି କରିଥିଲା। କିନ୍ତୁ, ଅଭିଷେକ ସମସ୍ତ ପ୍ରକାର ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ