ଦେଶ ବିଦେଶ

ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଅଧୀର ରଂଜନ ବିଦା

କୋଲକାତା: ୨୦୧୪ରୁ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଲାଇ ଆସୁଥିବା ପୂର୍ବତନ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଦଳ ପଦବିରୁ ହଟାଇଦେଇଛି। ଦଳର ଏଭଳି ପଦକ୍ଷେପକୁ ନେଇ ଅଧୀର ରଞ୍ଜନ ତୀବ୍ର ସମାଲୋଚନା କରିଛନ୍ତି। ଗଣମାଧ୍ୟମକୁ ଅଧୀର କହିଛନ୍ତି, ଲୋକସଭା ନିର୍ବାଚନରେ ପରାଜୟ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପତ୍ରକୁ ଦଳ ଗ୍ରହଣ କଲା କିମ୍ବା ଅଗ୍ରାହ୍ୟ କଲା ସେକଥା ଜଣାଇଲା ନାହିଁ। ‌ସେ କହିଛନ୍ତି, କଂଗ୍ରେସର ସମ୍ବିଧାନ ଅନୁସାରେ ଯେଉଁଦିନ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସଭାପତି ହେଲେ ସେହି ସମୟରେ ଦେଶରେ ଦଳର ସମସ୍ତ କର୍ମକର୍ତ୍ତାଙ୍କ ପଦବି ମଧ୍ୟ ଅସ୍ଥାୟୀ ହୋଇଯାଇଥିଲା। ଯେ‌ତେବେଳେ ନିର୍ବାଚନ ଚାଲିଥିଲା ସେତେବେଳେ ଖଡ଼ଗେ ଟେଲିଭିଜନରେ କହିଥିଲେ ଯଦି ଆବଶ୍ୟକ ହୁଏ ତେ‌ବେ ତାଙ୍କୁ ଅଲଗା ରଖାଯିବ, ଏହା ତାଙ୍କୁ ଦୁଃଖ ଦେଇଥିଲା। ନିର୍ବାଚନ ପରେ ସେ ଖଡ଼ଗେଙ୍କୁ କହିଥିଲେ ତାଙ୍କ ବଦଳରେ ଆଉ କାହାରିକୁ ଦାୟିତ୍ବ ଦିଅନ୍ତୁ। କିନ୍ତୁ ଦଳ କୌଣସି ପ୍ରତିକ୍ରିୟା ଦେଇନଥିଲା। ଏବେ ତାଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସର ବୈଠକ ଡାକିବାକୁ ଏଆଇସିସି କହିଥିଲା। ନିର୍ଦ୍ଦେଶାନୁସାରେ ସେ ବୈଠକ ଆୟୋଜନ କରିଥିଲେ। ବୈଠକରେ ଗୁଲାମ ଅଲି ମିର୍‌ ମୋତେ ଦେଖାଇ କହିଥିଲେ ଯେ ଏଠାରେ ଦଳର ପୂର୍ବ ସଭାପତି ବସିଛନ୍ତି। ସେଠାରେ ଜାଣିଲି ମୋର ପଦବି ଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ