ମନୋରଞ୍ଜନ

ପର୍ଣ୍ଣଫିଲ୍ମ ମାମଲା : ଗେହେନା ବଶିଷ୍ଠଙ୍କୁ ବଡ ଆଶ୍ୱସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଆଗୁଆ ଜାମିନ

ନୂଆଦିଲ୍ଲୀ, ୨୩।୦୯ : ପର୍ଣ୍ଣ ଫିଲ୍ମ ମାମଲାରେ ଗେହେନା ବଶିଷ୍ଠଙ୍କୁ ବଡ ଆଶ୍ୱସ୍ତି । ସୁପ୍ରିମକୋର୍ଟ ଗେହେନାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି । ଏପରିକି ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ପୋଲିସ ଏବେସୁଦ୍ଧା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପତି ରାଜ କୁନ୍ଦ୍ରାଙ୍କ ସମେତ ଅେକଙ୍କୁ ଗିରଫ କରିସାରିଛି ।

ଗେହେନା ଆଗୁଆ ଜାମିନ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତାଙ୍କ ଓକିଲ ଅଜିତ ବାଘ ନ୍ୟାୟମୂର୍ତ୍ତି ସଂଜୟ କିଷନ କୌଲ ଓ ବିଆର ଗଓ୍ୱଇଙ୍କ ଖଣ୍ଡପୀଠରେ ଅନେକ କାଗଜପତ୍ର ଦାଖଲ କରିଥିଲେ । ଏହାସହ ଗେହେନାଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ ।

ଅଜିତ ଖଣ୍ଡପୀଠଙ୍କ ସାମ୍ନାରେ କହିଥିଲେ ଯେ, ତଦନ୍ତ ଚାଲିଛି । ଗେହେନାଙ୍କ ପକ୍ଷରୁ ପ୍ରଥମେ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ମାମଲାର ସମସ୍ତ କାଗଜପତ୍ର ଦେଖିବା ପରେ କୋର୍ଟ ଗେହେନାଙ୍କୁ ଗିରଫ ନକରିବାକୁ କହିବା ସହ ଆବଶ୍ୟକ ହେଲେ ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କହିଥିଲେ ।

ପୂର୍ବରୁ ଗତ ୭ ତାରିଖରେ ବମ୍ବେ ହାଇକୋର୍ଟ ଗେହେନା ବଶିଷ୍ଠଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିଲେ । ଏହାସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶନାମା ଉପରେ ରୋକ୍ ଲଗାଇଛନ୍ତି ଯେଉଁଥିରେ ବମ୍ବେ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଖାରଜ କରିଥିଲେ ।

ସୂଚନାଯୋଗ୍ୟ, ପର୍ଣ୍ଣ ଫିଲ୍ମ ଶୁଟିଂ ମାମଲାରେ ଗେହେନାଙ୍କ ସଂପୃକ୍ତି ଥିବା ପୋଲିସ କହିଥିଲା । ଏହାସହ ସେ ମହିଳାଙ୍କୁ ଅଶ୍ଲୀଳ ଫିଲ୍ମ କରିବାକୁ ଟଙ୍କା ଲୋଭ ଦେଖାଉଥିବା ଅଭିଯୋଗ ରହିଥିଲା । ଏହି ସବୁ ପର୍ଣ୍ଣ ଫିଲ୍ମ ଏକ ମୋବାଇଲ ଆପ୍ଲିକେସନରେ ଅପଲୋଡ୍ କରାଯାଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ