ରାଜ୍ୟ ସ୍ପେଶାଲ ରିପୋର୍ଟ

ପରୀକ୍ଷା ଦେବା ପାଇଁ ୧୨କିମି ଚାଲିଲେ ୯୦ ଛାତ୍ରୀ

ଚିତ୍ରଡ଼ା: ପରୀକ୍ଷା ଦେବା ପାଇଁ ଚାଲିଚାଲି ୬ କିଲୋମିଟର ଗଲେ, ଆଉ ଫେରିଲେ ୯୦ ଜଣ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର କୁନି କୁନି ପିଲାମାନଙ୍କୁ ଏତେ ବାଟ ଚଲାଇବା ନେଇ ଅଭିଭାବକମାନେ ତାତିଛନ୍ତି। ସେମାନେ ପ୍ରଧାନଶିକ୍ଷୟିତ୍ରୀଙ୍କ ଖାମଖିଆଲ କାର୍ଯ୍ୟକୁ ତୀବ୍ର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଥିଲା। ଭାଲିଆଡ଼ିହା କେଜିବିଭି ଆବାସିକ ବିଦ୍ୟାଳୟର ୯୦ ଜଣ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଛାତ୍ରୀ ପରୀକ୍ଷା ଦେବା ପାଇଁ ବାହାରିଥିଲେ। ତେବେ ପ୍ରାୟ ୬ କିମି ଦୂର ବାରମାଇଲ୍‌ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚବିଦ୍ୟାଳୟ ପରୀକ୍ଷାକେନ୍ଦ୍ରକୁ ଯିବା ପାଇଁ ବିଦ୍ୟାଳୟ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇ ନଥିଲା। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଜେନା ଛାତ୍ରୀମାନଙ୍କୁ ଚଲାଇ ଚଲାଇ କେନ୍ଦ୍ରକୁ ନେଇଥିଲେ।

କେବଳ ସେତିକି ନୁହେଁ, ପରୀକ୍ଷା ଦେବା ପରେ ସେମାନଙ୍କୁ ପୁଣି ଚଲାଇ ଚଲାଇ ବିଦ୍ୟାଳୟ ଆଣିଥିଲେ। ଚାଲି ଚାଲି ଯିବା ପରେ ପିଲାମାନେ ଥକି ପଡ଼ିବେ, ପରୀକ୍ଷା କେମିତି ଦେବେ ବୋଲି ବାଟରେ ଅନେକ ଲୋକ ପ୍ରଶ୍ନ କରିଥିଲେ। ଘଟଣା ବାବଦରେ ଜାଣିବା ପରେ ଅଭିଭାବକମାନେ ବି ତାତିଛନ୍ତି। ସେମାନେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କ ଖାମଖିଆଲ ନୀତିକୁ ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି ହୋଇଛି। ଏନେଇ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଗାଡ଼ି ଭଡ଼ା ବାବଦ କୌଣସି ଅନୁଦାନ ମିଳି ନଥିବାରୁ ଛାତ୍ରୀମାନଙ୍କୁ ବିଲ ରାସ୍ତାରେ ଚଲାଇ ଚଲାଇ ପରୀକ୍ଷାକେନ୍ଦ୍ର ନେଇଥିଲେ ବୋଲି ସେ ସଫେଇ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।