ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପରୀକ୍ଷା ଦେବାବେଳେ ଅଂଶୁଘାତରେ ଛାତ୍ରୀ ଗୁରୁତର

ଯାଜପୁର: ପରୀକ୍ଷା ଦେବାବେଳେ ଅଂଶୁଘାତର ଶିକାର ହେଲେ ଛାତ୍ରୀ | ଯାଜପୁର ଟାଉନ ମଧ୍ୟରେ ଥିବା ବିରଜା ମହିଳା ମହାବିଦ୍ୟାଳୟରେ ଆଜି +୨ ପରୀକ୍ଷା ଚାଲିଥିବାବେଳେ ଜଣେ ପ୍ରଥମ ବର୍ଷର ଛାତ୍ରୀ ଅଞ୍ଜଳି ପରିଡା ହଠାତ ଅସୁସ୍ଥ ହୋଇ ପଡିଯାଇଥିଲେ । ତେବେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଓ ସେ ଅଂଶୁଘାତର ଶିକାର ହୋଇଥିବା ଜଣାପଡିଥିଲା ।

ହେଲେ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି କି ଅସମୟରେ ପରୀକ୍ଷା ହେବା ହେତୁ ଛାତ୍ରୀମାନେ ବାରମ୍ବାର ଅଂଶୁଘାତର ଶିକାର ହେଉଛନ୍ତି। ପିଲାମାନେ ପରୀକ୍ଷା ଦେଉଥିବା ଶ୍ରେଣୀ ଗୃହରେ ଖରାଦିନେ ଫ୍ୟାନ ଚଳୁନଥିବାବେଳେ ପିଇବା ପାଣିର ସମସ୍ୟା ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

ତେବେ ଅଧ୍ୟାପକ କଲେଜରେ ଅନୁପସ୍ଥିତ ଥିବାବେଳେ ଉପସ୍ଥିତ ଅଧ୍ୟାପିକା ଜ୍ୟୋସ୍ନାରାଣୀ ସାହୁ କହିଛନ୍ତି ଗତକାଲି ଜଣେ ଛାତ୍ରୀ ଅଂଶୁଘାତର ଶିକାର ହୋଇଥିବାବେଳେ ଆଜି ଜଣେ ଛାତ୍ରୀ ଅଂଶୁଘାତରେ ଗୁରୁତର ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି | ତେଣୁ ତୁରନ୍ତ ପରୀକ୍ଷା କାର୍ଯ୍ୟସୂଚୀ ବଦଳାଯିବ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି