ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପରୀକ୍ଷା ଖରାପ କରିଥିବାରୁ ବାପାମାଆଙ୍କୁ ଭାବପ୍ରବଣ ଚିଠି ଲେଖି ଆତ୍ମହତ୍ୟା କଲେ ଛାତ୍ର

ପର୍ଜଙ୍ଗ: ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ସୁଇସାଇଡ୍‌ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସରାଙ୍ଗସ୍ଥିତ ଆଇଜିଆଇଟି କ୍ୟାମ୍ପସରେ । କ୍ୟାମ୍ପସରେ ଥିବା କ୍ୱାଟର୍ସ ନଂ ଏଫ/୧୩ ରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାପଡ଼ିଛି ଯେ ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ(ଲିକୁ )। ବୟସ ୧୮।

ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ଚାକିରି କରୁଛନ୍ତି । ତେଣୁ ସପରିବାର ପରଜଙ୍ଗ ଥାନା ବାରିହାପୁର ଗାଁ ଛାଡି ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଛନ୍ତି । ଛାତ୍ର ଜଣଙ୍କ ନିଜ ସୁଇସାଇଡ୍‌ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ସେ ନାଇଣ୍ଟି ପରସେଣ୍ଟ(୯୦%) ମାର୍କ ରଖିବା ପାଇଁ ଅସମର୍ଥ ଥିବାରୁ ଜୀବନ ହାରିଥିବା ପ୍ରକାଶ କରିଛନ୍ତି ।

ଗତକାଲି ଛାତ୍ରଙ୍କ ବାପାମାଆ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ। କ୍ଵାଟରରେ ବଡ ଭଉଣୀ ସହ ଛାତ୍ର ଅବିନାଶ ଥିଲେ। ଭଉଣୀ ଖରାବେଳେ ଶୋଇଯିବା ପରେ ଅନ୍ୟ ଏକ ରୁମରେ ଆତ୍ମ ହତ୍ୟା କରିଥିଲେ ଅବିନାଶ। ତେବେ ଏ ନେଇ ଖବର ପାଇବା ପରେ ସ୍ଥାନୀୟ ପୁଲିସ ଗତକାଲି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ଆଜି ସକାଳୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ପଠାଇ ଅଧିକ ତଦନ୍ତ ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।