ରାଜ୍ୟ

ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଲେ ବିଧାୟକ

ବାରିପଦା: ବାରିପଦାରେ ମୋର ଜନ୍ମ, ଏଠାକାର ପାଣି ପବନରେ ମୁଁ ବଡ଼ ହେଇଛି। ହେଲେ ଚଳିତବର୍ଷ ଏଠାକାର ତାପମାତ୍ରା ଯେମିତି ବୃଦ୍ଧି ପାଇଲା, ସେମିତି ‌‌କେବେ ଦେଖି ନଥିଲି। ଯେଉଁ ଜିଲ୍ଲାରେ ୪୫% ଜଙ୍ଗଲ, ସେହି ଜିଲ୍ଲାର ସଦର ମହକୁମାରେ ତାପମାତ୍ରା ସର୍ବାଧିକ ୪୬.୮ ଡିଗ୍ରି ଛୁଇଁବା, ଗ୍ରହଣୀୟ ନୁହେଁ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଏମିତି ମତ ରଖିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ। ମୟୂରଭଞ୍ଜ କ୍ରୀଡ଼ା ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ସୋରେନ କହିଥିଲେ, ସହରରେ ୭ଟି ବିଶାଳ ଜଳାଶୟ ଅଛି। ସେଥିରେ ପାଣିର ଅଭାବ ଯୋଗୁ ପରିବେଶ ଗଡ଼ବଡ଼ ହେଉଛି।

ସହରର ଚାରିଆଡ଼େ ପିଚୁ ଓ ପକ୍କା ରାସ୍ତାକୁ କେହି କେହି ଦାୟୀ କରୁଛନ୍ତି। ହେଲେ, ସହରରେ କେଉଁ କାଳରୁ ପକ୍କା ରାସ୍ତା ସବୁ ନିର୍ମାଣ ହୋଇଥିଲେ ବି କେବେ ଏପରି ତାପମାତ୍ରା ବୃଦ୍ଧି ପାଇନଥିଲା। ଚଳିତବର୍ଷର ତାପମାତ୍ରା ବୃଦ୍ଧି, ଆମ ପାଇଁ ସତର୍କ ଘଣ୍ଟି ଥିଲା ତାହା ନୁହେଁ, ଏହା ମଧ୍ୟ ଆମ ପାଇଁ ଏକ ଆହ୍ବାନ। ଏଥିପାଇଁ ସହର ଦେଇ ଯାଇଥିବା ଜରାଳି ଓ ସରାଳି ନଦୀକୁ ପୁଣି ଜୀବନ୍ୟାସ ଦେବାକୁ ହେବ। ସହର ପାର୍ଶ୍ବ ଦେଇ ଯାଇଥିବା ବୁଢ଼ାବଳଙ୍ଗ ନଦୀର ସ୍ବରୂପ ବଦଳାଇବାକୁ ପଡ଼ିବ। ‘ସମ୍ବାଦ’ର ପରିବେଶ ପଞ୍ଚାୟତ ଏକ ସମ୍ପୂର୍ଣ୍ଣ ନୂଆ ପରିକଳ୍ପନା। ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଲୋକଙ୍କ ଆଖି ଖୋଲିବ ବୋଲି ଶ୍ରୀ ସୋରେନ ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଏଫ୍‌ଓ ଏ ଉମା.ମହେଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସାମିଲ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।