ରାଜ୍ୟ

ପରିବାର ଆଗରେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ରାଉରକେଲା /କୋଇଡା : ହାତୀ ଭୟରେ ଘର ଭିତରୁ ବାହାରି ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଉଥିବା ବେଳେ ମହିଳାଙ୍କୁ ଶୁଣ୍ଡରେ ଟାଣି ନେଲା ଦନ୍ତା ହାତୀ। ଏପରିକି କେହି କିଛି କରିବା ଆଗରୁ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଆଖି ସାମ୍ନାରେ ମହିଳା ଜଣକୁ ଶୁଣ୍ଢରେ କଚାଡ଼ି ମାରିଲା ଦନ୍ତା ହାତୀ। ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜ କୁସୁମୁଣ୍ଡି ଗ୍ରାମ ପୁଣ୍ଡୁପୋଖରୀ ସାହିରେ।

ମୃତକ ମହିଳା ହେଲେ ପୁଣ୍ଡୁପୋଖରୀ ସାହିର ଇତୱାରୀ ବଦ୍ରା। ରାତ୍ରୀ ପ୍ରାୟ ତିନିଟା ସମୟରେ ଖାଦ୍ୟ ଅନ୍ୱେଷଣରେ ସାହି ମଧ୍ୟକୁ ପଶି ଆସିଥିଲା ଦନ୍ତା ହାତୀ। ଗ୍ରାମବାସୀ ହାତୀକୁ ଘଉଡ଼ାଇବା ବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ଯିବା ବେଳେ ଦନ୍ତା ହାତୀ ଶୁଣ୍ଢରେ ଟାଣି ନେଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ବନ ବିଭାଗର ଏକ ଟିମ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋଇଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।