ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ପରଲୋକରେ ସାଉଥ ସୁପରଷ୍ଟାର ବିବେକ୍: ଟିକା ନେଇ ହୃଦଘାତର ଶିକାର ହୋଇଥିଲେ

ଚେନ୍ନାଇ ୧୭/୪: ପରଲୋକରେ ସାଉଥ କମେଡିଆନ୍ ତଥା ସୁପରଷ୍ଟାର ବିବେକ୍ । ୫୯ ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟଲରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICU ରେ ଓ୍ୱାର୍ଡରେ ସ୍ନତନ୍ତ୍ର ଟ୍ରିଟମେଣ୍ଟ କରାଯାଉଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଆଜି ଭୋର ୪.୩୦ରେ ତାଙ୍କର ନିଧନ ହୋଇଛି ।

୧୫ ଏପ୍ରିଲରେ ସେ ସରକାରୀ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । ତେବେ ଟିକା ନେବା ପରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଟିକା ନେବା ପୂର୍ବରୁ ବିବେକ କହିଥିଲେ କୋବିଡ ଭ୍ୟାକସିନ୍ ସମସ୍ତଙ୍କ ପାଇଁ ନିରାପଦ । ଟିକା ନେବା ନିହାତି ଜରୁରୀ । ସେଥିପାଇଁ ସେ ତାଙ୍କର ଏକ ବନ୍ଧୁ ସହ ଯାଇ ସରକାରୀ ହସ୍ପିଟାଲରେ ଟିକା ନେଇଥିଲେ। ତାମିଲ ସିନେମାରେ କାମ କରିବା ସହ ସେ କମେଡିଆନ୍ ଭାବେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ । ରଜନୀକାନ୍ତ, କମଲ ହାସନଙ୍କ ସମେତ ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ରଜନୀକାନ୍ତଙ୍କ ସହ ଶିବାଜୀ ଚଳଚିତ୍ରରେ ମଧ୍ୟ ଅଭିନୟ କରି ବେଶ୍ ସଫଳତା ସାଉଁଟିଛନ୍ତି । ତାଙ୍କ ମୃତ୍ୟୁ ପରେ ଟଲିଉଡ ଓ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ