ଖେଳ ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ପରଲୋକରେ ଭାରତୀୟ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋ

ରାଉରକେଲା: ଭାରତୀୟ ହକି କିମ୍ବଦନ୍ତୀ ତଥା ଅଲମ୍ପିଆନ ମାଇକେଲ କିଣ୍ଡୋଙ୍କ ଆଜି ଅପରାହ୍ନ ୩ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍‌ପାତ ଜେନେରାଲ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶ୍ରୀ କିଣ୍ଡୋ ବହୁବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧତ୍ୱ କରିଥିଲେ। ଆର.ଏସ୍‌.ପିରେ ଯୋଗଦେବା ପରେ ଓଡିଶା ଦଳର ମଧ୍ୟ ନେତୃତ୍ୱ ନେଇ ଏକାଧିକ ସଫଳତା ଆଣିଥିଲେ।

ସୂଚନାଯୋଗ୍ୟ, ମାଇକେଲ କିଣ୍ଡୋ ଝାରଖଣ୍ଡରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଆର୍‌ଏସ୍‌ପିରେ ଯୋଗଦେବା ପରେ ଓଡ଼ିଶାରେ ହକି ଖେଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅନେକ ହକି ପ୍ରତିଭା ପରବର୍ତ୍ତୀ ସମୟରେ ପରିଚୟ ସୃଷ୍ଟି କରିପାରିଛନ୍ତି। ଭାରତ ୧୯୭୫ ମସିହାରେ ବିଶ୍ୱକପ୍‌ ଜିତିଥିଲା ଏବଂ ଏହି ଟିମ୍‌ର ସଦସ୍ୟ ଥିଲେ ମାଇକେଲ୍‌ କିଣ୍ଡୋ। ତାଙ୍କୁ ଅର୍ଜୁନ ପୁରସ୍କାର ସମେତ ଆହୁରି ଅନେକ କ୍ରୀଡ଼ା ପୁରସ୍କାର ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ