ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ବଲିଉଡ ଫିଲ୍ମ ନିର୍ମାତା ସାଗର ସରହଦି,୮୭ ବୟସରେ ଦୁନିଆକୁ ଦେଲେ ବିଦାୟ

ନୂଆଦିଲ୍ଲୀ ୨୨/୦୩: ୨୦୨୦ ବର୍ଷ ବଲିଉଡ ଦୁନିଆକୁ ଅନେକ ଦୁଖ ଆଣିଦେଇଥିଲା । ଗତ ବର୍ଷ, ଇଣ୍ଡଷ୍ଟ୍ରି ଅନେକ ଦିଗଜ କଳାକାରଙ୍କୁ ହରାଇଥିଲା । ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ଲେଖକ ତଥା ନିର୍ଦ୍ଦେଶକ ସାଗର ସରହଦି ଆଉ ଏହି ଦୁନିଆରେ ନାହାଁନ୍ତି । ୮୭ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ତାଙ୍କର ହୃଦଘାତ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ତାଙ୍କର ଶେଷ ମୁହୂର୍ତ୍ତରେ ସେ ଖାଇବା ପିଇବା ମଧ୍ୟ ବନ୍ଦ କରିଦେଇଥିଲେ ।

ସାଗର ସରହଦିଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଏହି ଖବର ପାଇଁ ଅନେକ ଷ୍ଟାରମାନେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତଙ୍କ ସହ ଅନେକ ଷ୍ଟାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ତାଙ୍କ ସ୍ମୃତିରେ ଟ୍ୱିଟ୍ ମଧ୍ୟ କରୁଛନ୍ତି । ସାଗର ସରହଦି ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସେ ‘କଭି କଭି’, ‘ଚାନ୍ଦନୀ’ ଏବଂ ‘ସିଲସିଲା’ ଭଳି ସୁପରହିଟ୍ ଫିଲ୍ମ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ