ରାଜ୍ୟ

ପରଲୋକରେ ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ, ଦୀର୍ଘ ଦିନ ଥିଲେ ଅସୁସ୍ଥ

ବାରିପଦା ୨୩।୧୧ : ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଉଦଳା ବିଧାୟକ ଶ୍ରୀ ଗୋଲକ ବିହାରୀ ନାୟକ । ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଗୋଲକ ନାୟକ । ବୁଧବାର ବାରିପଦାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

ଖବର ଅନୁଯାୟୀ, ଗୋଲକ ବିହାରୀ ନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଜନ ସମନ୍ୱୟ ଓ ପେନସନ୍ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇ ଥିଲେ। ପୁଣି ଥରେ ୨୦୦୪ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପିରୁ ମତ୍ସ୍ୟ ଓ ପଶୁ ସମ୍ପଦ ଓ ହସ୍ତତନ୍ତ ଓ ବୟନ ଶିଳ୍ପର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ରେ ଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ଉଦଳା ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ। ତାଙ୍କ ରାଜନୈତିକ ଜୀବନ ଖୁଣ୍ଟା ର ଜିଲ୍ଲାପରିଷଦ ସଦସ୍ୟ ଭାବରେ ଆରମ୍ଭ କରିଥିଲେ। ତାଙ୍କ ବିୟୋଗରେ କେବଳ ମୟୁରଭଞ୍ଜ ରାଜନୀତି ନୁହେଁ ସମଗ୍ର ମୟୁରଭଞ୍ଜ ଜଣେ ମେଳାପି ଓ ଶକ୍ତ ସଂଗଠକ ସହିତ ଜଣେ ଭଲମଣିଷକୁ ହରାଇଛି ବୋଲି କହନ୍ତି ସମସ୍ତେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।