ଖେଳ ଦେଶ ବିଦେଶ

ପଦ୍ମିନୀଙ୍କୁ ଏସୀୟ ଦଳଗତ ସ୍ବର୍ଣ୍ଣ

ଭୁବନେଶ୍ବର: ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ନିଜ ଜାଜୁଲ୍ୟମାନ କ୍ରୀଡ଼ା ଜୀବନରେ ଆଉ ଏକ ଗୌରବ ଯୋଡ଼ିଛନ୍ତି। ଏସିଆନ୍ ନେସନ୍ସ (ରେଜିଅନ) ଅନ୍ ଲାଇନ୍ କପ୍‌ ଚେସ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶୀର୍ଷମାନ୍ୟତା ପ୍ରାପ୍ତ ଉଭୟ ଭାରତୀୟ ମହିଳା ଦଳ ରବିବାର ଫାଇନାଲରେ ଇଣ୍ଡୋନେସିଆକୁ ୬-୨ରେ ପରାସ୍ତ କରିଥିଲା। ଉଭୟ ଫାଇନାଲରେ ଭାରତୀୟ ମହିଳା ୩-୧, ୩-୧ରେ ବିଜୟୀ ହୋଇଥିଲା। ପଦ୍ମିନୀ ଓ ପିଭି ନନ୍ଧିଦ୍ଧା ଶତ ପ୍ରତିଶତ ପ୍ରଦର୍ଶନ କରି ୬/୬ ପଏଣ୍ଟ୍ ଅର୍ଜନ କରିଥିଲେ। ପଦ୍ମିନୀଙ୍କ ସହ ଆର୍‌ ବୈଶାଳୀ, ବିଭି ନନ୍ଧିଦ୍ଧା, ଭକ୍ତି କୁଲକର୍ଣ୍ଣ ପ୍ରମୁଖ ପ୍ରତିଯୋଗିତା ସାରା ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ କିନ୍ତୁ ଫାଇନାଲରେ ୩.୫-୪.୫ରେ ଅଷ୍ଟ୍ରେଲିଆ ନିକଟରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ପଦ୍ମିନୀଙ୍କ ପାଇଁ ଏହା ପ୍ରଥମ ଦଳଗତ ଏସୀୟ ସ୍ବର୍ଣ୍ଣ। ୨୦୧୮ରେ ପଦ୍ମିନୀ ଏସୀୟ ବ୍ୟକ୍ତିଗତ ସ୍ବର୍ଣ୍ଣ ବିଜେତା ହୋଇଥିଲେ। ସେହିଭଳି ପୂର୍ବରୁ ଦଳଗତ ବର୍ଗରେ କେବଳ ବ୍ଲିଜ୍ ସ୍ବର୍ଣ୍ଣ, ରୢାପିଡ୍‌ ରୌପ୍ୟ ଏବଂ କ୍ଲାସିକ୍‌ କାଂସ୍ୟ ଜିତିଥିଲେ ଏହି ପୂର୍ବତନ ବୟସ ବର୍ଗ ବିଶ୍ବବିଜୟିନୀ। ରବିବାରର ଫାଇନାଲ୍ ମ୍ୟାଚ୍‌ ସବୁଠାରୁ ଆହ୍ବାନପୂର୍ଣ୍ଣ ଥିଲା ବୋଲି କହିଛନ୍ତି ପଦ୍ମିନୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ