ରାଜନୀତି ରାଜ୍ୟ

ପଦ୍ମପୁର ଭୋଟ : ଚର୍ଚ୍ଚାରେ ହ୍ବାଇଟ୍‌ ହାଉସ୍, ୱାର୍‌ ରୁମ୍‌ରେ ନେତାଙ୍କ ଡେରା

ବରଗଡ଼: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ହ୍ବାଇଟ୍‌ ହାଉସ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ଏଠାରେ ବିଶ୍ବ ସମୁଦାୟକୁ ପ୍ରଭାବିତ କଲାଭଳି କୂଟନୀତି ପ୍ରସ୍ତୁତ ହୁଏ। ଠିକ୍‌ ସେହିଭଳି ପଦ୍ମପୁର ଉପନିର୍ବାଚନରେ ଗଢ଼ି ଉଠିଛି ଏକ ହ୍ବାଇଟ୍‌ ହାଉସ୍‌। ଏଠାରେ ବିଜେଡିର ତୁଙ୍ଗନେତା ବସା ବାନ୍ଧିଛନ୍ତି। ଦିନରାତି ହେଭିୱେଟ୍‌ ନେତାଙ୍କ ଗାଡ଼ି ଲାଗୁଛି ସମ୍ମୁଖରେ। ଭିତରେ ଚାଲୁଛି ରାତିତମାମ ରୁଦ୍ଧଦ୍ବାର ବୈଠକ। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରେ ରହି ନିର୍ବାଚନ ପରିଚାଳନା କରୁଛନ୍ତି। ଧଳା ରଂଗର ଏହି କୋଠା ସ୍ବର୍ଗତ ବିଧାୟକ ବିଜୟ ରଂଜନ ବରିହାଙ୍କର। ଏହା ଖାଲି ପଡ଼ିଥିଲା। ଏବେ ଏଠାରୁ ନେତାମାନେ ନିର୍ବାଚନ ପରିଚାଳନା ପାଇଁ ରହୁଛନ୍ତି। ପ୍ରଚାର ଅଭିଯାନ ସାରିବା ପରେ ସଂଧ୍ୟାରେ ବଛାବଛା ନେତା ଏଠାକୁ ଆସୁଛନ୍ତି। ଉପର ମହଲାରେ ଥିବା ୱାର୍‌ ରୁମ୍‌ରେ ରୁଦ୍ଧଦ୍ବାର ବୈଠକ ଚାଲୁଛି।

ସେହିପରି ପଦ୍ମପୁର ସହରରେ ଥିବା ପୁରୋହିତ କଲ୍ୟାଣ ମଣ୍ଡପକୁ ବିଜେପି ନିଜ ୱାର୍‌ ରୁମ୍‌ କରିଛି। ଏହି ଘରୋଇ କଲ୍ୟାଣ ମଣ୍ଡପରେ ବିଜେପିର ତୁଙ୍ଗ ନେତା ରହୁଛନ୍ତି। ବିଜେପି ସମ୍ବାଦିକ ସମ୍ମିଳନୀ ସହ ଯାହା ବି କାର୍ଯ୍ୟକ୍ରମ କରୁଛି, ସବୁ ଏଠାରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବାବେଳେ ଏଠାରେ ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ। ରଣନୀତି ବି ପ୍ରସ୍ତୁତ ହୋଇଥିଲା। ଏବେ ରାଜ୍ୟସ୍ତରୀୟ ନେତା ଏଠାରେ ଉପନିର୍ବାଚନ ଗୋଟି ଚାଳନା ପାଇଁ ରହୁଛନ୍ତି।

ପାଇକମାଳ ବ୍ଲକ୍‌ ନୂଆପଡ଼ା ରାସ୍ତାରେ ଥିବା ମହାମାୟା ପବ୍ଲିକ୍‌ ସ୍କୁଲ ପାଲଟିଛି କଂଗ୍ରେସ୍‌ର ୱାର୍‌ ରୁମ୍‌। ଏହି ସ୍କୁଲ ଦଳୀୟ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ମାଲିକାନାରେ ରହିଛି। ଏଠାରେ କଂଗ୍ରେସ ଦଳର ନେତାମ‌ାନେ ରହୁଛନ୍ତି। ପ୍ରଚାର ସରିବା ପରେ ଏଠାରେ ତୁଙ୍ଗନେତା ଠୁଳ ହୋଉଛନ୍ତି। ରାତ୍ରିଭୋଜନ ସହ ରଣନୀତି ପ୍ରସ୍ତୁତି ବି ଏଠାରୁ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର