ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ, ଶୁକ୍ରବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୧।୧୨ : ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ପ୍ରଚାର ଜାରି ରହିଛି । ତିନି ପ୍ରମୁଖ ଦଳର ନେତାମାନେ ଏଠାରେ ଡେରା ପକାଇ ପ୍ରଚାର ଚଳାଇଛନ୍ତି । ଆସନ୍ତା ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ।

ମୁଖ୍ୟମନ୍ତ୍ରୀ ଆସନ୍ତା ଡିସେମ୍ବର ୨ ତାରିଖରେ ପଦ୍ମପୁର ପ୍ରଚାରରେ ଆସିବେ । ପଦ୍ମପୁର ଏନ୍‌ଏସି ସମେତ ୩ ବ୍ଲକ୍‌ ରାଜବୋଡ଼ାସମ୍ବର, ପାଇକମାଳ ଓ ଝାରବନ୍ଧ ବ୍ଲକରେ ୩ଟି ନିର୍ବାଚନୀ ସଭା ଜରିଆରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ୍‌ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨ ତାରିଖ ୧୦ଟାରୁ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ଏଆରକ୍ରାଫ୍ଟ ଦ୍ୱାରା ଆସି ପଦ୍ମପୁର ନିକଟସ୍ଥ ସତୀଭଟା ଏୟାର୍‌ଷ୍ଟ୍ରିପ୍‌ରେ ପୂର୍ବାହ୍ନ ୧୧ଟାରେ ଓହ୍ଲାଇବେ । ସେଠାରୁ ହେଲିକପ୍ଟର ଯୋଗେ ପ୍ରଥମେ ଝାରବନ୍ଧ ବ୍ଲକର ଶକ୍ତିଛକରେ ନିର୍ମିତ ହେଲିପ୍ୟାଡ୍‌ରେ ଓହ୍ଲାଇ ୧୧.୨୫ରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବେ। ୧୨ଟା ୧୦ ମିନିଟ୍‌ରେ ସେଠାରୁ ବାହାରି ସାଢ଼େ ୧୨ଟାରେ ପାଇକମାଳରେ ଓହ୍ଲାଇ ପାଇକମାଳ ଏମ୍‌ଇ ସ୍କୁଲ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ଉଦ୍‌ବୋଧନ ଦେବେ।

ଏହାପରେ ଅପରାହ୍ନ ୧ଟା ୧୫ ମିନିଟ୍‌ରେ ପାଇକମାଳରୁ ବାହାରି ସାଢ଼େ ୧ଟାରେ ପଦ୍ମପୁର-ଗାଇସିଲାଟ ରାସ୍ତାରେ ଥିବା ଟାଉନ୍‌ ହାଇସ୍କୁଲ୍‌ ପଡ଼ିଆରେ ଓହ୍ଲାଇ ନିକଟସ୍ଥ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପାଇଁ ଜନସମର୍ଥନ ଲୋଡ଼ିବେ । ଅପରାହ୍ନ ୪ଟା ୩୦ରେ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ବାହାରି ୫.୨୦ରେ ଭୁବନେଶ୍ୱରରେ ପହଞ୍ଚିବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାର ଗସ୍ତ ପାଇଁ ହେଲିକପ୍‌ଟର ଲ୍ୟାଣ୍ଡିଂ ଓ ଟେକ୍‌ଅଫ୍‌ ପାଇଁ ବିଧିବଦ୍ଧ ଭାବେ ଅନୁମତି ନେବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ଜିଲ୍ଲାପାଳ ଓ ଏସ୍‌ପି ଏୟାରଷ୍ଟ୍ରିପ୍‌/ହେଲିପ୍ୟାଡ୍‌ ପରିଦର୍ଶନ କରି ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବର୍ତ୍ତମାନ ସାରା ନିର୍ବାଚନମଣ୍ଡଳୀରେ ଉତ୍ସାହ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ସଭାସ୍ଥଳର ସୁରକ୍ଷା ପାଇଁ ବରଗଡ଼ ପ୍ରଶାସନ ଓ ପୁଲିସ ପାଇଁ ଆହ୍ୱାନ ପାଲଟିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର