ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ : ପ୍ରଶାସନିକ ସ୍ତରରେ ପ୍ରସ୍ତୁତି, ଷ୍ଟ୍ରଙ୍ଗ ରୁମ୍‌ରେ ପହଞ୍ଚିଲା ଇଭିଏମ୍‌

ପଦ୍ମପୁର ୧୫।୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପଦ୍ମପୁର ଆରଏମସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ l ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ରଖାଯାଇଛି lଡିସେମ୍ବର ୫ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣ ଅଫିସର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ସିଲ୍ କରାଯାଇଛି ଇଭିଏମ୍ l

ସେପଟେ ଉପନିର୍ବାଚନ ବେଳେ ରୋଚକ ହେଉଛି ପଦ୍ମପୁର ରାଜନୀତି । ଭୋଟ୍ ପୂର୍ବରୁ ଜିଲ୍ଲା ଗଠନ ଦାବି, ଫସଲ ବୀମା ପ୍ରସଙ୍ଗ ନିର୍ବାଚନୀ ମୁଦ୍ଦା ହୋଇଛି । ସୋମବାର ନାମାଙ୍କନ ଦାଖଲ କରିବା ପାଇଁ ବିରାଟ ଶୋଭାଯାତ୍ରା କରି ଆସଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ହେଲେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିନାହାନ୍ତି ।

ସେହିପରି କେନ୍ଦୁପତ୍ର ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରିଛି ବିଜେଡି । ଏହାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ କେବେ ପ୍ରାର୍ଥିପତ୍ର ଦାଖଲ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ତା ପୂର୍ବରୁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର