ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ, ପ୍ରଦୀପ ପୁରୋହିତ ହେଲେ ବିଜେପିର ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର ୧୨।୧ : ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ଘୋଷଣା । ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ହେଲେ ପ୍ରାର୍ଥୀ । ଏନେଇ ବିଦ୍ଧିବଧ ଭାବେ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ କମିଟି । ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ଲଢ଼ିବେ। ଆସନ୍ତା ନଭେମ୍ବର ୧୪ ତାରିଖରେ ପ୍ରଦୀପ ନାମାଙ୍କନପତ୍ର ଦାଖଲ କରିବେ।

ଖବର ଅନୁଯାୟୀ, ପ୍ରଦୀପ ପୁରୋହିତ ୨୦୧୪ରୁ ୨୦୧୯ ଯାଏଁ ପଦ୍ମପୁର ବିଧାୟକ ଥିଲେ । ଅଞ୍ଚଳର ପ୍ରଭାବଶାଳୀ ବିଜେଡି ନେତା ତଥା ବିଧାୟକ ବିଜୟ ରଞ୍ଜନ ସିଂହବରିହାଙ୍କୁ ପରାଜିତ କରି ପଦ୍ମପୁର ଆସନ ହାତେଇଥିଲେ । କୃଷି ସମସ୍ୟା, ଗନ୍ଧମାର୍ଦ୍ଦନର ସୁରକ୍ଷା, ନୃସିଂହନାଥ ପୀଠର ଉନ୍ନତି ଆଦି ପ୍ରସଙ୍ଗରେ ବିଧାନସଭାରେ ପକ୍ଷ ରଖି ଅଞ୍ଚଳବାସୀଙ୍କ ହୃଦୟ ଜିଣିଥିଲେ । ମାତ୍ର ୨୦୧୯ ନିର୍ବାଚନରେ ବିଜୟ ରଞ୍ଜନ ସିଂହବରିହାଙ୍କଠାରୁ ପରାଜିତ ହୋଇଥିଲେ ।

ପ୍ରଦୀପଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଓ ଜନଆନ୍ଦୋଳନରେ ଦକ୍ଷତା ପାଇଁ ବିଜେପି ତାଙ୍କୁ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି କରିଥିଲା । ଏହି ପଦରେ ସେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ଏନେଇ ଶ୍ରୀ ପୁରୋହିତ କହିଛନ୍ତି ରାଜନୀତିରେ ପଶିଲା ଦିନଠାରୁ କାମ କରିଆସୁଛି । ଲୋକେ ହିଁ ମୂଲ୍ୟାୟନ କରିବେ ଏବଂ ଦଳକୁ ନିଶ୍ଚିତ ସଫଳତା ମିଳିବ ବୋଲି କହିଛନ୍ତି । ୧୯୮୩ରୁ ଗନ୍ଧମାର୍ଦ୍ଦନ ବଞ୍ଚାଅ ଆନ୍ଦୋଳନରୁ ବିକଳ୍ପ ରାଜନୀତିକୁ ଓହ୍ଲାଇଥିବା ଶ୍ରୀ ପୁରୋହିତ ଅଞ୍ଚଳବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବେଳେ ୨୦୦୯ରେ ବିଜେପିରେ ଯୋଗଦେଇ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର