ରାଜନୀତି ରାଜ୍ୟ

ପଦ୍ମପୁରରେ ବିଜେଡ଼ିର ବାଜିମାତ୍ । ବିପୁଳ ଭୋଟରେ ବିଜୟୀ ହେଲେ ବର୍ଷା ସିଂ ବରିହା, ବହୁ ପଛରେ ପଡିଲେ ପ୍ରଦୀପ ପୁରୋହିତ ।

ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ବିଜୟୀ ହୋଇନାହାଁନ୍ତି ସବୁ ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ବିଜେପିର ଭୋଟ ପରିମାଣ କମ୍ ହୋଇନଥିଲେ ବି ବିଜେଡିର ଭୋଟ ପରିମାଣ ଯଥେଷ୍ଟ ବଢ଼ିଯାଇଛି । କଂଗ୍ରେସର ଭୋଟ ବିଜେଡିକୁ ଚାଲିଯିବାରୁ ଭୋଟ ବ୍ୟବଧାନ ବଢ଼ିଯାଇଥିବା କୁହାଯାଉଛି ।

ଆଉ ପଦ୍ମପୁରରେ ବିଜେଡିର ଏହି ବିଜୟ ଦଳୀୟ ଶିିବିରରେ ଉତ୍ସାବର ମାହୋଲ ସୃଷ୍ଟି କରିଛି । ପଦ୍ମପୁରରେ ବିଜେଡିର ବିଜୟ ପରେ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ବିଜୟ ପାଇଁ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର