ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ, କାର୍ଯ୍ୟରେ ଯୋଗନଦେଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର ୫।୧୦: ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ । ଅକ୍ଟୋବର ୮ରେ ନିଯୁକ୍ତି ହୋଇଥିବା ସ୍କୁଲରେ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଅଗଷ୍ଟ ୩ରେ ସରକାର ୧୦୯୭ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକକୁ ପଦୋନ୍ନତି ଦେଇଥିଲେ । ସପ୍ତାହକ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ୨ ମାସ ହେବ ଅଧିକାଂଶ ପ୍ରଧାନଶିକ୍ଷକ ନିଜ ପୋଷ୍ଟିଂ ସ୍କୁଲରେ ଯୋଗ ଦେଇନାହାନ୍ତି ।

ସେପଟେ କିନ୍ତୁ ମନ୍ତ୍ରୀ କହିଛନ୍ତି, କିଛି ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇନଥିବାରୁ ତାଙ୍କୁ ତାଗିଦ କରାଯାଇଛି । କିନ୍ତୁ ଏହା ଏକ ସାଧାରଣ ପ୍ରକ୍ରିୟା । ଯେ କୌଣସି ବ୍ୟକ୍ତି ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଛୁଟି ନେଇପାରିବେ । କିଛି ଶିକ୍ଷକ ଏ ପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି । ସେମାନଙ୍କ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି