ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦଚିହ୍ନ ୨୦୨୨ : ମଣ୍ତିକୁ ନେଇ ମହାସମସ୍ୟା, ଏନ୍‌ଜିଟି ଛାଟ

୨୦୨୧–୨୨ ଖରିଫ ଧାନ ସଂଗ୍ରହ ପାଇଁ ପ୍ରାୟ ୧ ମାସ ବିଳମ୍ବରେ ଧାନ ମଣ୍ତି ଖୋଲିଥିଲା। ପୂର୍ବ ୩ବର୍ଷ ଧରି ଡିସେମ୍ବର ମାସରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାନୁଆରୀ ମାସରୁ ଧାନ ସଂଗ୍ରହ ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଜାନୁଆରୀ ୧୨ ତାରିଖରେ ତତ୍‌କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧା ବ୍ଲକ୍‌ର କଁପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ତି ଉଦ୍‌ଘାଟନ କରିଥିଲେ। କିନ୍ତୁ ପରିଚାଳନାଗତ ତ୍ରୁଟିଯୋଗୁ ପ୍ରଥମ ଦିନ ଧାନ ବିକ୍ରି ହୋଇପାରିନଥିଲା। ନିର୍ଦ୍ଧାରିତ ସମୟରେ ମଣ୍ତି ନଖୋଲିବା, ମଣ୍ତି ଖୋଲିଲେ ଟୋକେନ୍ ମିଳିବାରେ ବିଳମ୍ବ, ଟୋକେନ୍ ମିଳିଲେ ଚାଷୀଙ୍କ ଠାରୁ ଧାନ କିଣାଯାଉନଥିବା, ଧାନ କିଣିଲେ କଟନିଛଟନି ଆଦି ଅଭିଯୋଗକୁ ନେଇ ପ୍ରାୟ ତିନିମାସ ଧରି ଚାଷୀଙ୍କ ବିରୋଧ ଲାଗିରହିଥିଲା। ବେଗୁନିଆ ଓ ବୋଲଗଡ଼ରେ ଏକାଧିକ ଥର ରାସ୍ତା ଅବରୋଧ, ଚିଲିକା ବ୍ଲକର ନାଚୁଣୀ ଓ ମୋରାମୋରି ପଂଚାୟତରେ ଧାରଣା ରାଜପଥ ଅବରୋଧ ଓ ନିରାକାରପୁରରେ ସମବାୟ ସମିତି କାର୍ଯ୍ୟାଳୟକୁ ତାଲା ପକାଇବା ଠାରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବେଗୁନିଆ ବିଧାୟକଙ୍କ ଧାରଣାରେ ଧାନ ସଂଗ୍ରହ ଶେଷ ହୋଇଥିଲା।

ଏନ୍‌ଜିଟି ଛାଟ
ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ସର୍ବାଧିକ ଜମି ଖୋର୍ଦ୍ଧା ଜିଲ୍ଲାରେ ରହିଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ହାତରେ ଅଛି। ଶ୍ରୀମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଦିର ଅପାରଗତା ଏବଂ ଖଣି ମାଫିଆଙ୍କ ସହ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭିତିରି ସମ୍ପର୍କରେ ଦଶନ୍ଧି ଦଶନ୍ଧି ଧରି ଶ୍ରୀଜଗନ୍ନାଥଙ୍କ ଜମିରୁ ଖଣି ମାଫିଆ, ମାଙ୍କଡ଼ାପଥର, କଳାମୁଗୁନି ପଥର, ମୋରମ ଆଦି ଲୁଟି ନେଉଛନ୍ତି। ଧର୍ମକୁ ଆଖିଠାର ଭଳି କାଁଭାଁ ଧରପଗଡ଼ କରି ଦୁଇ ତିନିଟି ବେଆଇନ ଚାଲାଣ ଗାଡ଼ି ଧରି ଜୋରିମାନା ଆଦାୟ କରୁଛନ୍ତି। କିନ୍ତୁ ଏହି ବେଆଇନ ଖଣି ଘଟଣାରେ ଚଳିତ ବର୍ଷ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ (ଏନ୍‌ଜିଟି)ରୁ ବଡ଼ ଧକ୍କା ମିଳିଥିଲା।

ଏନେଇ ପରିବେଶବିତ୍ ବିଦୁଭୂଷଣ ହରିଚନ୍ଦନ ଓ ଦିଲୀପ କୁମାର ସାମନ୍ତରାୟ ୨୦୧୮ରେ ଏନ୍‌ଜିଟିରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଏନ୍‌ଜିଟି ବିଭିନ୍ନ ସମୟରେ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ଏପରିକି ଜିଲ୍ଲା ପ୍ରଶାସନ ଖଣି ମାଫିଆଙ୍କୁ ଘଂଟ ଘୋଡ଼ାଇବାକୁ ଉଦ୍ୟମ କରୁଛି ବୋଲି କଠୋର ସମାଲୋଚନା କରିଥିଲେ। ଶେଷରେ ୧୪ ଅକ୍ଟୋବର ୨୦୨୨ରେ ଏନ୍‌ଜିଟିର କୋଲକାତା ଖଣ୍ତପୀଠ ଏହାର ଚୂଡ଼ାନ୍ତ ଶୁଣାଣି କରି ଅଣ୍ତା, ଝିଂକିଝରି, ନିଜିଗଡ଼ ତାପଙ୍ଗ ଅଂଚଳରେ ଥିବା ୨୩ଟି ମାଙ୍କଡ଼ା ପଥର ଖଣିକୁ ସବୁଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଶ୍ରୀମନ୍ଦିର ପ୍ରଶାସନକୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୧୨ କୋଟି ଟଙ୍କା ପ୍ରଶାସନ ନିକଟରେ ଦାଖଲ କରିବାକୁ ନିଦ୍ଦେଶ ଦେଇଥିଲେ। ଏହି ଟଙ୍କା ଉକ୍ତ ଅଂଚଳରେ ବେଆଇନ ଖଣି ଦ୍ବାରା ନଷ୍ଟ ହୋଇଥିବା ପରିବେଶ କ୍ଷତିର ଭରଣା ପାଇଁ ବିନିଯୋଗ କରିବା, ଖୋଳା ହୋଇଥିବା ଖଣି ପୋତିବା, ବୃକ୍ଷରୋପଣ ଆଦି କାମରେ ବିନିଯୋଗ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।