ଅପରାଧ ରାଜ୍ୟ

ପଥରରେ ଛେଚି ଯୁବକଙ୍କୁ ହତ୍ୟା, କାରଣ ଖୋଜୁଛି ଜଟଣୀ ପୋଲିସ

ଜଟଣୀ ୧୭।୦୯: ଜଟଣୀରେ ବିଭତ୍ସ ହତ୍ୟା । ଜଣେ ଯୁବକଙ୍କ ବେକକୁ କାଟି ପଥରରେ ଛେଚି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମିଲ୍‌ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜଟଣୀ ଗଜପତି ନଗର ଅଞ୍ଚଳର ଜି.ଇଶ୍ୱର ରାଓ । ସେ ଜଟଣୀ ସୀତାରାମ ଛକ ନିକଟରେ ଏକ ସେଲୁନ ଦୋକାନ କରିଛନ୍ତି । କିନ୍ତୁ ଗତ ତିନି ଦିନ ହେବ ସେ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଏବେ ଜଟଣୀ ଥାନା ମିଲ୍‌ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପ୍ରଥମେ ତାଙ୍କ ବେକକୁ କାଟି ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ତେବେ ଜି.ଇଶ୍ୱର ରାଓଙ୍କୁ ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି । କିନ୍ତୁ ପରିକ୍ରୀୟପ୍ରୀତିରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆବଶ୍ୟକପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯିବାର ସୂଚନା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।