ଅପରାଧ ଦେଶ ବିଦେଶ

ପତ୍ନୀ ସେୟାର କଲେ ଏମିତି ଭିଡିଓ, ୭୦୦ କିମି ଦୂରରୁ ଆସି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ ୨୭/୦୭; ବିବାହ ଭିଡିଓ ସେୟାର କଲେ ମହିଳା। ୭୦୦ କିଲୋମିଟର ଦୂରରୁ ଆସି ପତ୍ନୀ ଙ୍କୁ ହତ୍ୟା କଲେ ସ୍ବାମୀ। ଘଟଣାଟି ଘଟିଛି ଆମେରିକାର ଇଲିନୋଇସ୍ ଷ୍ଟେଟ୍‌ରେ । ପାକିସ୍ତାନୀ ମୂଳ ବାସିନ୍ଦା ୨୯ ବର୍ଷର ସାନିଆ ଖାନଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ରାହିଲ ଅହମ୍ମଦ। ସାନିଆ ଜଣେ ଟିକଟକର ଏବଂ ବୃତ୍ତି ଅନୁଯାୟୀ ଫଟୋଗ୍ରାଫର ଥିଲେ । ବର୍ଷେ ହେବ ପାରିବାରିକ ସମସ୍ୟା ନେଇ ସେ ବିବାହ ବିଚ୍ଛେଦ କରିଥିଲେ। ସ୍ୱାମୀ ରାହୁଲ ଅହମ୍ମଦ ଜଣେ ବ୍ୟବସାୟୀ । ଆଶ୍ଚର୍ଯ୍ୟର କଥା ହେଉଛି ପତ୍ନୀଙ୍କୁ ହତ୍ୟା କରିବା ପରେ ରାହିଲ ମଧ୍ୟ ଆତ୍ମହତ୍ୟା କରିଛନ୍ତି।
ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ସାନିଆ ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ଛବି ଏବଂ ଭିଡିଓ ପୋଷ୍ଟ କରୁଥିଲେ । ନିକଟରେ ସେ ତାଙ୍କ ବିବାହର ଏକ ଭିଡିଓ ପୋଷ୍ଟ କରିଥିଲେ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଏହାକୁ ଦେଖି ରାଗି ଯାଇଥିଲେ। ଏଥିପାଇଁ ସେ ରାଗିଯାଇ ଜର୍ଜିଆରୁ ୭୦୦ କିଲୋମିଟରୁ ଆମେରିକା ଆସି ସାନିଆଙ୍କ ପାଖରେ ପହଞ୍ଚିଥିଲେ । ଏବଂ ତାଙ୍କୁ ହତ୍ୟା କରିଥିଲେ।
ସାନିଆଙ୍କୁ ସେ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେ ସେହି ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହି ପୁରା ଘଟଣା ଦେଖି ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ