ରାଜ୍ୟ ସ୍ପେଶାଲ ରିପୋର୍ଟ

ପତ୍ନୀଙ୍କ ପାଇଁ ତୋଳିଦେଲେ ୮କୋଟିର ମନ୍ଦିର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଯାଜପୁରସଦର/ମଇଁଦା : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଚିକଣା ଗ୍ରାମରେ ଗଢ଼ିଉଠିଛି ଏହି ସୁନ୍ଦର କାରୁକାର୍ଯ୍ୟ ଭରା ମନ୍ଦିର। ୩ ଏକର ପରିମିତ ଜମି ଉପରେ ଠିଆ ହୋଇଥିବା ଏହି ମନ୍ଦିରର ଉଚ୍ଚତା ୬୪ଫୁଟ। ଦକ୍ଷିଣ ଭାରତୀୟ ଶୈଳୀରେ ଏହା ନିର୍ମିତ ହୋଇଛି ଏବଂ ଏଥିପାଇଁ ଖର୍ଚ୍ଚ ହୋଇଛି ୮କୋଟି ଟଙ୍କା। ଏହି ମନ୍ଦିରରେ ପୂଜା ପାଇବେ ମା’ ସନ୍ତୋଷୀ। ବିବାହ ପରେ ପତ୍ନୀ ବୈଜୟନ୍ତୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରି ଜଗତ୍‌ସିଂହପୁରର କ୍ଷେତ୍ରବାସୀ ଲେଙ୍କା ଏହି ମନ୍ଦିର ନିର୍ମାଣ କରିଛନ୍ତି, ଯିଏକି ହାଇଦ୍ରାବାଦରେ ଜଣେ ପ୍ରତିଷ୍ଠିତ ଶିଳ୍ପପତି।

ସୂଚନା ଅନୁସାରେ, ପିଲାଟିଦିନରୁ ବୈଜୟନ୍ତୀ ମା’ ସନ୍ତୋ‌ଷୀଙ୍କ ଭକ୍ତ। ନିଜର ଠାକୁରଘର ନଥିବାରୁ ଅନ୍ୟଜଣଙ୍କ ଘରେ ମା’ଙ୍କ ଫଟୋ ରଖି ସେ ପୂଜା କରୁଥିଲେ। କିନ୍ତୁ, ‌ସେହି ଘରଲୋକ କୌଣସି କାରଣରୁ ଫଟୋଟିକୁ ଫିଙ୍ଗି ଦେଇଥିଲେ। ସେତେବେଳେ ବୈଜୟନ୍ତୀ ଷଷ୍ଠଶ୍ରେଣୀରେ ପଢ଼ୁଥିଲେ।
କୁନିଝିଅଟିର ଭକ୍ତିଭାବକୁ ତାହା ଶକ୍ତ ଆଘାତ ଦେଇଥିଲା। କିନ୍ତୁ, ପରିସ୍ଥିତି ଏତେ ଖରାପ ଥିଲା ଯେ ମା’ଙ୍କୁ ପୂଜା କରିବା ପାଇଁ ସେ ଆସ୍ଥାନଟିଏ ପାଇନଥିଲେ। ହଠାତ୍‌ ସମୟ ସହିତ ଭାଗ୍ୟ ବି ବଦଳିଗଲା। ୧୯୯୨ ମସିହାରେ ଚିକଣାର ବୈଜୟନ୍ତୀଙ୍କୁ ବିବାହ କରନ୍ତି କ୍ଷେତ୍ରବାସୀ ଲେଙ୍କା। ପତ୍ନୀଙ୍କ ପିଲାଦିନର ଏହି ଦୁଃଖଦ କାହାଣୀ ଶୁଣିବା ପରେ ତାଙ୍କ ହୃଦୟ ତରଳିଯାଇଥିଲା। ସେହିଦିନ ତାଙ୍କ ଗାଁରେ ଏକ ମନ୍ଦିର ଗଢ଼ିଦେବେ ବୋଲି କଥା ଦେଇଥିଲେ। ତା’ପରେ ଯାହା ହେଲା ସ୍ବପ୍ନ ପରି। ଏବେ ଏହି ମନ୍ଦିର କେବଳ ବୈଜୟନ୍ତୀଙ୍କ ସ୍ବପ୍ନ ପୂରଣ ବା ଭକ୍ତିଭାବକୁ ଉଜାଗର କରିନାହିଁ, ସମଗ୍ର ଚିକଣା ଗାଁ ପାଇଁ ଗୌରବ ଆଣିଛି।

ଗ୍ରାମବାସୀଙ୍କ ସହଯୋଗରେ ଏପରି ମନ୍ଦିର ସଂପୂର୍ଣ୍ଣ ହୋଇପାରିଛି ବୋଲି କୃତଜ୍ଞତାଭରା ସ୍ବରରେ କହନ୍ତି ବୈଜୟନ୍ତୀ। ସାଧାରଣତଃ ସବୁ ସ୍ବାମୀ ସେମାନଙ୍କ ପତ୍ନୀଙ୍କୁ ସୁନାଗହଣା ଆଦି ଉପହାର ଦେଇଥା’ନ୍ତି। ଏହି ମନ୍ଦିରଠାରୁ କ’ଣ ଆଉ ବଡ଼ ଉପହାର ମୋ ସ୍ବାମୀଙ୍କଠାରୁ ଆଶା କରିବି ବୋଲି କହିଛନ୍ତି ବୈଜୟନ୍ତୀ।
୨୦୦୮ ମାର୍ଚ୍ଚ ୧୦ ତାରିଖରେ ନିଜ ଝିଅର ଜନ୍ମଦିନ ଅବସରରେ ଏହି ମନ୍ଦିରର ଭୂମିପୂଜା କରାଯାଇଥିଲା। ୨୦୧୪ ପର୍ଯ୍ୟନ୍ତ ମନ୍ଦିର କାମ ଦ୍ରୁତଗତିରେ ଚାଲିଥିଲା। ମଝିରେ ବିଳମ୍ବ ହୋଇଥିଲେ ବି ୧୫ ବର୍ଷ ପରେ ଏହା ସମ୍ପୂର୍ଣ୍ଣ ହୋଇଛି। ନିର୍ମାଣ କାର୍ଯ୍ୟରେ ତାମିଲନାଡୁର ୩୦/୪୦ ଜଣ କାରିଗର ନିୟୋଜିତ ହୋଇଥିଲେ। ସ୍ଥାନୀୟ କାରିଗର ମଧ୍ୟ ସାମିଲ ହୋଇଥିଲେ। ରାଜସ୍ଥାନ କାରିଗରମାନେ ମାର୍ବଲ କାମ କରିଛନ୍ତି। ଆନ୍ଧ୍ରପ୍ରଦେଶର ମିସ୍ତ୍ରି ରଙ୍ଗ ଦେଇଛନ୍ତି। ଏହି ମନ୍ଦିର ସଂଲଗ୍ନ ଅଞ୍ଚଳରେ ଶିବ, ଗଣେଶ, ହନୁମାନ ଓ ନବଗ୍ରହଙ୍କ ମନ୍ଦିର ନିର୍ମାଣ ହୋଇଛି। ପରିଚାଳନା ପାଇଁ ମନ୍ଦିର ନାଁରେ ଜମି ମଧ୍ୟ କ୍ରୟ କରାଯାଇଛି। ୩୦ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର କରିବାର ଅଟକଳ ଭିତରେ ୮ କୋଟିର ବିଶାଳ ମନ୍ଦିର ନିର୍ମାଣ ହେବା କେବଳ ମାଙ୍କ ଆଶୀର୍ବାଦ ବୋଲି କ୍ଷେତ୍ରବାସୀ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହାର କଳେବର ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।