ଖେଳ ଦେଶ ବିଦେଶ

ପଡିଆରେ ପୁରୁଣା ଶ୍ରୀସନ୍ଥ, ଅଭ୍ୟାସ ମ୍ୟାଚ୍ ବେଳେ ବ୍ୟାଟସମ୍ୟାନଙ୍କୁ କଲେ ସ୍ଲେଜିଂ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୦୧/୦୧: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଭାରତୀୟ ଦଳର ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଆଗାମୀ ଘରୋଇ ସିରିଜ ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କେରଳ ଟିମରେ ସ୍ଥାନ ପାଇଛନ୍ତି । ସେ ଆଗାମୀ ଟି୨୦ରେ କେରଳ ପାଇଁ ବୋଲିଂ ବିଭାଗ ସମ୍ଭାଳିବେ । ଏହି ସିରିଜ୍ ପୂର୍ବରୁ ସେ ଓ୍ୱାର୍ମ ଅଫ୍ ମ୍ୟାଚରେ ଖେଳିଥିଲେ । ଏହି ମ୍ୟାଚରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା ।

ଷ୍ଟାଡିୟମରେ ସବୁଠାରୁ ଅଧିକ ଆକ୍ରମଣାତ୍ମକ ରୂପ ଆପଣାଉଥିବା ଶ୍ରୀସନ୍ଥ ଓ୍ୱାର୍ମଅଫରେ ବ୍ୟାଟସମ୍ୟାନଙ୍କୁ ନାଲି ଆଖି ଦେଖାଇବା ସହ ସ୍ଲେଜିଂ କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ୩୭ ବର୍ଷୀୟ କ୍ରିକେଟ ଜମା ବି ବଦଳି ନାହାଁନ୍ତି । ସେ ଦ୍ରୁତ ଗତିରେ ବୋଲିଂ କରିଥିଲେ । ୨୦୧୯ରେ ଶ୍ରୀସନ୍ଥଙ୍କ ୭ ବର୍ଷର ବାସନ୍ଦାଦେଶକୁ କୋହଳ କରାଯାଇଥିଲା । ଏହାପରେ ସେ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ଅନୁମତି ପାଇଥିଲେ ।

ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୨୦୨୩ ବିଶ୍ୱକପ୍ ଖେଳିବେ । ଆଇପିଏଲର ବିଭିନ୍ନ ଟିମ୍ ମଧ୍ୟ ତାଙ୍କ ଉପରେ ସକରାତ୍ମକ ରୂପ ଦେଖାଇଛନ୍ତି । ସେ କେରଳ ପାଇଁ ରଣଜୀ ଓ ଇରାନୀ ଟ୍ରଫି ମଧ୍ୟ ଜିତିବାକୁ ଚାହୁଁଛନ୍ତି ।

ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା କଠିନ ହେଲେ ମଧ୍ୟ ଆଇପିଏଲରେ ଖେଳିବାର ସମ୍ଭାବନା ରହିଛି । ସେ ଶେଷଥର ପାଇଁ ୨୦୧୩ରେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ