ରାଜ୍ୟ ସ୍ପେଶାଲ ରିପୋର୍ଟ

ପଡ଼ୋଶୀ ରାଜ୍ୟ ସହ ବିବାଦରେ ରାଜ୍ୟର ୨୭ଟି ଗ୍ରାମ

ଭୁବନେଶ୍ବର: ରାଜ୍ୟର ୨୭ଟି ଗ୍ରାମ ବିବାଦ ଭିତରେ ରହିଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହିତ ଓଡ଼ିଶାର ବିବାଦ ରହିଛି। ଏହାକୁ ବାଦ୍ ଦେଲେ ରାଜ୍ୟରେ ଅନ୍ୟ ବଡ଼ ଧରଣର ସୀମା ବିବାଦ ନ ଥିବା ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ବିଧାୟକ ଅନନ୍ତ ଦାସ ଓ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶା ସହିତ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟମାନଙ୍କ ସହିତ ରାଜ୍ୟର ୧୪ଟି ଜିଲ୍ଲାର ସୀମା ଲାଗିଛି। କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ସହିତ ୧୯୬୮ ମସିହାରୁ ଓଡ଼ିଶାର ସୀମା ବିବାଦ ରହିଛି। ୨୦୦୬ ମସିହାରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷକୁ ଆଦେଶ ଦେଇଥିଲେ। ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ ଅବମାନନା ମାମଲା ଦାଖଲ କରାଯାଇଛି। ଯାହାକି ବିଚାରାଧୀନ ରହିଛି। ଉଭୟ ରାଜ୍ୟ ନିଜ ନିଜର ମାଲିକାନା ସାବ୍ୟସ୍ତ କରୁଥିବା ଯୋଗୁଁ ଓ ଉପଯୁକ୍ତ କର୍ତୃପକ୍ଷଙ୍କ ଦ୍ବାରା ଏହାର ଫଇସଲା ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି।

କୋଟିଆ ଗ୍ରାମ ପୁଞ୍ଜ ଅଞ୍ଚଳରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ବିଭିନ୍ନ ସୁବିଧା ସୁଯୋଗ ଦେଉଥିବା ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର ରହିଛି। କୋଟିଆ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୮ରୁ ଅଧିକ ଟଙ୍କା ଖର୍ଚ କରି ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ, ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନବାଡ଼ି ଗୃହ ଓ ୧୦ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ କରାଯାଉଛି। ସମସ୍ତ ବିଦ୍ୟାଳୟରେ ଓଡ଼ିଆରେ କଥାବାର୍ତା କରୁଛନ୍ତି। ପ୍ରତିବର୍ଷ କୋଟିଆରେ ରଥଯାତ୍ରା ପାଳନ କରାଯାଉଛି।

ଗଜପତି ଜିଲ୍ଲାର ୨ଟି ଗ୍ରାମ ଓ ୨୧୩.୩୬୮ ଏକର ଜମି ପଡ଼ୋଶୀ ଆନ୍ଧ୍ର ବେଆଇନଭାବେ ଦଖଲ କରିଛନ୍ତି। ଏହି ଜମିଗୁଡ଼ିକୁ ୧୯୯୧ ଓ ୧୯୯୬-୯୭ ମଧ୍ୟରେ ସର୍ଭେ କରାଯାଇଛି। ଜମିଗୁଡ଼ିକୁ ଦଖଲମୁକ୍ତ କରିବା ପାଇଁ ଗଜପତି ଜିଲ୍ଲା ଓ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତିରେ ସୀମା ବିବାଦର ସମାଧାନ ପାଇଁ ଅନୁରୋଧ କରାଯାଇଛି। ମୟୂରଭଞ୍ଜର ୮ଟି ଗ୍ରାମର ପଶ୍ଚିମବଙ୍ଗ ରାଜ୍ୟ ସହିତ ସୀମା ବିବାଦ ରହିଥିଲା ତହିଁରୁ ୪ଟି ସମାଧାନ ହୋଇସାରିଛି। ୪ଟି ଗ୍ରାମ ପୁରୁଣାପାଣି, ବାଙ୍କଅଁଳା, ଭୁରୁଷାଣୀ ଓ ନୁହାମାଳିଆ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି। ସେହିପରି ମୟୂରଭଞ୍ଜର ନେଡ଼ା ଓ ନୂଆଗାଁ ଗ୍ରାମର ଝାଡ଼ଖଣ୍ଡ ରାଜ୍ୟ ସହିତ ବିବାଦ ରହିଛି। ବିବାଦର ସମାଧାନ ପାଇଁ ପୂର୍ବରୁ ଅନେକ ଥର ପଦକ୍ଷେପ ନିଆଯାଇଥିଲେ ବି ଫଳପ୍ରଦ ହୋଇପାରିନାହିଁ। ସୀମାନ୍ତ ଜିଲ୍ଲାଗୁଡ଼ିରେ ବର୍ତମାନର ସ୍ଥିତି ସଂପର୍କରେ ଜାଣିବା ପାଇଁ ୧୫ଦିନିଆ ଗୋପନୀୟ ରିପୋର୍ଟ ଓ ବାର୍ଷିକ ସୀମା ପଥର ଯାଞ୍ଚ ସଂପର୍କୀୟ ତଥ୍ୟ ମଧ୍ୟ ଜିଲ୍ଲାପାଳଙ୍କଠାରୁ ମଗାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।