ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଠାନକୋଟ୍ ଏଲଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିଏସଏଫର କାଉଣ୍ଟର ଫାୟାରିଂରେ ପଛଘୁଞ୍ଚା ଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଏଲଓସିରେ ଆତଙ୍କୀ ଅନୁପ୍ରବେଶ ଉଦ୍ଯମ ପଣ୍ଡ । ବିଏସଏଫ ଯବାନଙ୍କ କାଉଣ୍ଟର ଫାୟାରିଂରେ ପରେ ପଛଘୁଞ୍ଚା ଦେଲେ ପାକିସ୍ତାନ ଆତଙ୍କବାଦୀ । ପଞ୍ଜାବର ପଠାନକୋଟ୍ ପୋଷ୍ଟ ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଦୁଇ ଆତଙ୍କବାଦୀ । ବିଏସଏଫ୍ ଯବାନ ଦେଖିବା ପରେ ଏନକାଉଣ୍ଟର କରିଥିଲେ । ଅନ୍ୟପଟେ ଅମୃତସରର ଦୁଇଟି ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଗୋଟିଏ ଡ୍ରୋନକୁ ସେନା ଗୁଳି କରି ଖସାଇ ଦେଇଛନ୍ତି ।

ବିଏସଏଫର ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପଠାନକୋଟ୍ ଓ ଅମୃତସର ସେକ୍ଟରର ତିନିଟି ସ୍ଥାନରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ହୋଇଥିଲା । ବିଏସଏଫର 121 ବାଟାଲିୟନ ପୋଷ୍ଠ ଫରାଈପୁର ନିକଟ ଏଲଓସିରେ ଆତଙ୍କୀ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିଲେ । ବିଏସଏଫର ଯବାନମାନେ ଦେଖିବା ପରେ ଫାୟାରିଂ କରି ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ।

ସେହିପରି ଅମୃତସର ସେକ୍ଟରରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି । ରାତି ପ୍ରାୟ 10 ସମୟରେ ସୀମା ନିକଟରେ ଡ୍ରୋନକୁ ଦେଖିବା ପରେ ଗୁଳି ଖସାଇଛନ୍ତି ବିଏସଏଫ ଯବାନ । ଅନ୍ୟପେଟ ପଞ୍ଚଗ୍ରାଈ ସୀମାରେ ମଧ୍ୟ ଗୋଟିଏ ଡ୍ରୋନ୍ ଭାରତ ସୀମା ଭିତରକୁ ପ୍ରେବଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାବାହିନୀର ଯବାନମାନେ ଦେଖିବା ପରେ ଫାୟାରିଂ କରିଥିଲେ । ପରେ ସନ୍ଦିଗ୍ଧ ଡ୍ରୋନ୍ ପାକିସ୍ତାନ ସୀମା ଭିତରକୁ ଫେରିଯାଇଥିଲା । ପାକିସ୍ତାନ ସୀମାକୁ ଲାଗିଥିବା ପଞ୍ଜାବର ତିନୋଟି ସ୍ଥାନରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ