ଦେଶ ବିଦେଶ ମନୋରଞ୍ଜନ

ପଞ୍ଜାବର ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସଡର ହେଲେ ଅଭିନେତା ସୋନୁ ସୁଦ

ଚଣ୍ଡିଗଡ଼: ପଞ୍ଜାବର ଆଣ୍ଟି କରୋନା ଭାଇରସ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଅଭିନେତା ସୋନୁ ସୁଦଙ୍କୁ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। ଗତବର୍ଷ କରୋନା ଭାଇରସ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ କାଳରେ ଏହି ଅଭିନେତା ଜଣକ ପ୍ରବାସୀମାଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରି ଚାରିଆଡ଼େ ଚର୍ଚ୍ଚିତ ପାଲଟିଥିଲେ।

କେବଳ ସେତିକି ନୁହେଁ, କୋଭିଡ୍‌ ସମୟ‌ରେ ହଜାର ହଜାର ଲୋକଙ୍କ ମୁହଁରେ ଦାନା ପକାଇ ସେ ମାନବିକତା ପ୍ରଦର୍ଶନ କରିଥିଲେ। ନିସଃହାୟ ଲୋକଙ୍କୁ କରୋନା କାଳରେ ସାହାଯ୍ୟ କରି ଦୃଷ୍ଟି ଆକର୍ଷଣ କରିଥିବା ସୋନୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରବିବାର(ଏପ୍ରିଲ୍‌ ୧୧)‌ ନିଜ ବାସଭବନଙ୍କୁ ଡାକି ତାଙ୍କ ସହ କଥା ହେବା ପରେ ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ପଞ୍ଜାବର ଆଣ୍ଟି କରୋନା ଭାଇରସ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଅଭିନେତା ସୋନୁ ସୁଦଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରି ମୁଁ ବେଶ୍‌ ଆନନ୍ଦିତ ଅନୁଭବ କରୁଛି। ପ୍ରତ୍ୟେକ ପଞ୍ଜାବୀଙ୍କୁ ସୁରକ୍ଷା ଦେବା ଓ ଟିକା‌କରଣ ପାଇଁ ପ୍ରୋତ୍ସାହିତ କରିବା ଅଭିଯାନରେ ସେ ସାମିଲ୍‌ ହୋଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ