କଳା ଓ ସଂସ୍କୃତି ରାଜ୍ୟ

ପଖାଳ ମହାପ୍ରଭୁଙ୍କର ଅତି ପ୍ରିୟ, ନିତି ପଖାଳ ଖାଇ ପହୁଡ଼ ଯାଆନ୍ତି ଶ୍ରୀଜିଉ

ପୁରୀ: କୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଓଡ଼ିଆଙ୍କ ଖାଦ୍ୟକୁ ମଧ୍ୟ ଆଦରି ନେଇଛନ୍ତି। ସେଥିପାଇଁ ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ପଖାଳ ମଧ୍ୟ ମହାପ୍ରଭୁଙ୍କ ଅତି ପ୍ରିୟ। ପ୍ରତିଦିନ ରାତିରେ ବଡ ସିଂହାର ଭୋଗବେଳେ ମହାପ୍ରଭୁଙ୍କୁ ଯେଉଁ ଭୋଗ ଲାଗି କରାଯାଏ ସେଥିରେ ଥାଏ ପଖାଳ। ମହାପ୍ରଭୁଙ୍କ ବଡ ସିଂହାର ଭୋଗ‌ରେ ମିଠା ପଖାଳ, ସୁଗନ୍ଧି ପଖାଳ, ଦହି ପଖାଳ ଭୋଗ ହେବାର ପରମ୍ପରା ରହିଛି। ଶହ ଶହ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି ଏହି ପରମ୍ପରା। ଏହି ସବୁ ପଖାଳକୁ ବଡସୁଆର ଗୋଷ୍ଠୀର ସୁପକାରମାନେ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି। ମହପ୍ରଭୁଙ୍କ ପାଖରେ ସବୁଦିନ ୬ ପ୍ରକାର ଭୋଗ ଲାଗି କରାଯାଇଥାଏ।

ପ୍ରଥମେ ଗୋପାଳ ବଲ୍ଳଭରେ ଭୋଗ ଅବକାଶ ପରେ ହୋଇଥାଏ। ନଡିଆପାତି, ଖୁଆ, ଲହୁଣି, ଦହି, ବଲ୍ଲଭ, ନଡିଆକୋରା, ଖୁଆମଣ୍ଡା, ପାପୁଡି, ରମ୍ଭା (କଦଳୀ) ଗୁଡକୋରା ଇତ୍ୟାଦି ଗୋପାଳବଲ୍ଲଭ ଭୋଗ ହୋଇଥାଏ। ସେହିଭଳି ସକାଳ ଧୂପରେ ଅଦ‌ା ପାଚେଡି, ମହାଦେଇ ଖେଚୁଡି, ତାଚି ଖେଚୁଡି, ବଡ଼ପିଠା, ନାଡି, କାକତୁଆ ଝିଲ୍ଲି, ହଂସଖେଳି, ଜେନାମଣି, ମାଠ ପୁଳି, ଏଣ୍ଡୁରି, କଅଁଳ ପୁଳି ଶାଗ ଭୋଗ ହୋଇଥାଏ। ମଧ୍ୟାହ୍ନ ଧୂପରେ ଅବଢ଼ା ସହିତ ମାଠ ପୁଳି, ଭାତପୁରୀ, ଓରିଆ ଥାଳି, ସୁଆଁରି, ବଡା, ମୁଗ ପାଇତି, ମରଚି ପାଣି, ବଡ ଖିରିସା, ବୁନ୍ଦିଆ, ସାତପାଟିଆ ପିଠା, ସାକରା, ମଧୁରୁଚି, ମାଣ୍ଡୁଆ, ପାଗ ଆରିସା, ଖଇର ଚୂଳ, କ୍ଷୀରି, ତିପୁରି ବୁନ୍ଦିଆ କ୍ଷୀରି, ଛେନା, କ୍ଷୀରିସା, କାନିକା ସନ୍ଧ୍ୟାଧୂପରେ ମାଠପୁଳି, ପୁରୋଡାଶ, ସୁଆର ପିଠା, ଚକି ଅମାଲୁ, କେଳି, ଖୁଦୁପିଡା, ମଣ୍ଡା, ଖୁରୁମା ଓ ଥାଳି ଅନ୍ନ ଆଦି ଭୋଗ ହୋଇଥାଏ। ସେହିଭଳି ବଡ଼ସିଂହାର ଭୋଗ‌ରେ ପାଞ୍ଚପଟିଆ ବିରିପିଠା, ଖଜା, ମିଠା ପଖାଳ, ସୁଗନ୍ଧି ପଖାଳ, ପାରିଜାତକ, ଦହି ପଖାଳ, ଚଢାଇ ନେଦା ଓ ପରଖ ଘୃତ ଇତ୍ୟାଦି ଭୋଗ ହୋଇଥାଏ। ସେହିଭଳି ବରାଦି ଅବଢାକୁ ପ୍ରଥମ ଭୋଗ ମଣ୍ଡପ ଓ ଦ୍ବିତୀୟ ଭୋଗ ମଣ୍ଡପ ମଧ୍ୟ ଉଠିଥ‌ାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,