ମନୋରଞ୍ଜନ

ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ର ପଡ଼ୋଶୀଙ୍କ ଅଭିଯୋଗ: ମାଡ଼ ମାରିବା ସହ ସ୍ତ୍ରୀଙ୍କୁ ବାହା ହେବାକୁ ଜିଦ୍ ଧରିଛନ୍ତି, ଅଭିଯୋଗକୁ ଖଣ୍ଡନ କଲେ ବବି

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତ ପଡ଼ୋଶୀ।
ତାଙ୍କର ଅଭିଯୋଗ ଅନୁଯାୟୀ, ମଦ ନିଶାରେ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ ଧରୁଛନ୍ତି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ବବି ମିଶ୍ରଙ୍କ ପଡ଼ୋଶୀ ତପି ମିଶ୍ର।
ତପି ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ବବିଙ୍କ ଦୌରାତ୍ମ୍ୟ ଧୀରେ ଧୀରେ ବଢୁଛି। ପ୍ରତ୍ୟେକ ଦିନ ଏଭଳି ସମସ୍ୟା ଦେଖା ଦେଉଛି। ବବିଙ୍କ ସହ ତାଙ୍କ ସହଯୋଗୀମାନେ ବି ଉତ୍ପାତ କରୁଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୋଗ କଲେ ଜୀବନରୁ ମାରିବା ପାଇଁ ଧମକ ଦେବା ସହ ଗୁଣ୍ଡା ଡକେଇ କଲୋନିରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି ମିଶ୍ର। ସେ କହିଛନ୍ତି, ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଭିଯୋଗ କରିଥିବା ବ୍ୟକ୍ତି ମୋ ଅତି ଘନିଷ୍ଠ। କିଛି ରାଗରୁଷାକୁ ନେଇ ଏଭଳି ସମସ୍ୟା ଘଟିଛି। ଗତକାଲି ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀ ଓ ତାଙ୍କ ସାନଭାଇଙ୍କ ଭିତରେ ଝଗଡ଼ା ହୋଇଥିଲା। ପୁଲିସ ଉଭୟଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଥିବା ଜଣାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ