ଅପରାଧ ରାଜନୀତି ରାଜ୍ୟ

ନୟାଗଡ଼ ଗୁଳିକାଣ୍ତ ଘଟଣା: ରାଜନୀତି ତେଜିଲା

ନୟାଗଡ଼ : ଗୁଳିକାଣ୍ତ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ବାସୁଦେବ ନାୟକଙ୍କୁ ବିଜେପି ନେତା ସନ୍ତୋଷ ପ୍ରଧାନ ଫେରାର କରେଇ ଦେଇଥିବା ବିଜେଡି ଅଭିଯୋଗ କରିଛି। ବାସୁଦେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ସନ୍ତୋଷ ତାଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିଲେ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବି‌ଜେଡି ପକ୍ଷରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରାଯାଇଥିଲା। ପ୍ରାୟ ୨ ଘଣ୍ଟା କାଳ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ବିଜେପି ଓ ସନ୍ତୋଷଙ୍କ ନାମରେ ବିଜେଡି ‌ନେତା ନାରାବାଜି କରିଥିଲେ। ବିଜେଡିର ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ ମହାପାତ୍ର, ସୁବାସ ଚନ୍ଦ୍ର କଅଁର, ସରୋଜ କୁମାର ରଣସିଂହ, ଆଶିଷ ଅଗ୍ରୱାଲଙ୍କ ସମେତ ବହୁ ନେତ‌ା, କର୍ମୀ, ସରପଞ୍ଚଙ୍କ ସମେତ କୃଷ୍ଣପ୍ରସାଦ ଗ୍ରାମବାସୀ ଏହି ପ୍ରତିବାଦରେ ସାମିଲ ହୋଇଥିବା ଦେଖାଯାଇଥିଲା। ଅଭିଯୁକ୍ତଙ୍କୁ ଖସାଇଥିବା ସଂପୃକ୍ତ ବିଜେପି ନେତାଙ୍କ ସମେତ ଗୁଳିକାଣ୍ଡରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି ବିଜେଡି କରିଥିଲା। ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ ପହଞ୍ଚି ବିଜେଡି ନେତୃବୃନ୍ଦଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ତେବେ ନୟାଗଡ଼ର ବିଭିନ୍ନ ଗ୍ରାମରେ ଦେଶୀ ବନ୍ଧୁକ ମହଜୁଦ୍‌ ରହିଛି। ଫଳରେ କଥାକଥାକେ ବନ୍ଧୁକରେ ଆକ୍ରମଣରେ କେଉଁଠି ପ୍ରାଣ ଗଲାଣି ତ କେଉଁଠି କିଏ ଆହତ ହେବା ନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ଉଦ୍‌ବେଗ ପ୍ରକାଶ କରିଛି। ପୁଲିସ କିଭଳି ଏହାର ସୁରାକ ପାଉନି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ୩ ଦିନ ତଳେ ଇଟାମାଟି ଥାନା ଅଧୀନ ଶରଧାପୁରରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କୁ ବନ୍ଧୁକରେ ଆକ୍ରମଣ କରାଯାଇଥିଲା, ଆଜି ପୁଣି କୃଷ୍ଣପ୍ରସାଦରେ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରମାଣିତ କରୁଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍‌ ଦାଶ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର