ରାଜ୍ୟ ସ୍ପେଶାଲ ରିପୋର୍ଟ

ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା ଓଡ଼ିଆ ଶିଳ୍ପୀଙ୍କ ପ୍ରସ୍ତୁତ କୋଣାର୍କ ଚକ୍ର

ନ୍ୟୁୟର୍କ: ଭାରତର ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍‌ସ ସ୍କୋୟାରରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚନ କରିଛନ୍ତି ସେଲିବ୍ରିଟି ସେଫ୍‌ ବିକାଶ ଖାନ୍ନା।

ମଙ୍ଗଳବାର ସେଠାରେ ଅନୁଷ୍ଠିତ ପତାକା ଉତ୍ତୋଳନ ସମାରୋହରେ ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ, ଇଣ୍ଡୋ-ଆମେରିକୀୟ ଆର୍ଟସ କାଉନସିଲ ଏବଂ ଭାରତୀୟ-ଆମେରିକୀୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ବାଲୁକା ପଥରରେ ନିର୍ମିତ ଓ ପ୍ରାୟ ୪ ହଜାର ପାଉଣ୍ଡ ଓଜନର ଏହି ହାତତିଆରି ପ୍ରତିକୃତି (ରେପ୍ଲିକେସନ୍‌) ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ଲଳିତାଗରି ଗାଁର ଅନେକ କଳାକାର ମାସ ମାସ ଧରି କାମ କରିଛନ୍ତି।

‘ମୋର ପାଖାପାଖି ପାଞ୍ଚ ବର୍ଷର ସ୍ୱପ୍ନ ସାକାର ହୋଇଛି। ଭାରତରେ କାର୍ଯ୍ୟରତ ପ୍ରତିଭାଶାଳୀ କଳାକାରମାନେ ଏହାକୁ ଜୀବନ୍ତ କରିବା ପାଇଁ ଅନେକ ମାସ ଧରି ଦିନରାତି ପରିଶ୍ରମ କରିଛନ୍ତି! ଏହା ଏକ ବରଳ ମୁହୂର୍ତ୍ତ ହେବ’ ବୋଲି ଖାନ୍ନା ପୂର୍ବରୁ ଟ୍ଵିିଟ୍‌ କରିଥିଲେ।

୨୦୨୪ରେ ଖାନ୍ନାଙ୍କ ଆଗାମୀ ନ୍ୟୁୟର୍କ ସିଟି ରେସ୍ତୋରାଁରେ ଭାରତୀୟ ପ୍ରବାସୀ ଏବଂ ଆମେରିକା ମଧ୍ୟରେ ଏକତାର ପ୍ରତୀକ ଭାବରେ ଏହି କଳା ପ୍ରତିକୃତି ପ୍ରଦର୍ଶିତ ହେବ।

ଓଡ଼ିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିିତ ବାଲୁକା କୋଣାର୍କ ଚକ୍ର ଦେଖି ସେ ଅନୁପ୍ରାଣିତ ହୋଇଥିଲେ ବୋଲି ଖାନ୍ନା କହିଥିଲେ।

ଉନ୍ମୋଚନର ଏକ ଭିଡିଓ ଉପରେ ପ୍ରତିକ୍ରିୟା ରଖି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ୍ସ (ପୂର୍ବରୁ ଟ୍ଵିିଟର)ରେ ଲେଖିଛନ୍ତି, ‘ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ଟାଇମ୍ସ ସ୍କୋୟାରରେ ବିଶ୍ୱ ଐତିହ୍ୟ ସ୍ମାରକୀ କୋଣାର୍କ ଚକ୍ରର ପ୍ରତିକୃତି ଉନ୍ମୋଚନ କରି ଆପଣ ଇତିହାସ ସୃଷ୍ଟି କରିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଅବଦାନ ପାଇଁ ପୁଣି ଥରେ ଧନ୍ୟବାଦ।’

ଉଲ୍ଲେଖଯୋଗ୍ୟ, ୧୩ଶ ଶତାବ୍ଦୀର କୋଣାର୍କ ସୂର୍ଯ୍ୟ ମନ୍ଦିର ର୍ନିମାଣ ପାଇଁ ୧୨,୦୦୦ କାରିଗରଙ୍କୁ ୧୨ ବର୍ଷ ସମୟ ଲାଗିଥିଲା; ଯାହା କି ସୂର୍ଯ୍ୟ ଦେବତାଙ୍କ ରଥର ଏକ  ପ୍ରତିମୂର୍ତ୍ତି ଏବଂ ଏହା ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଲାଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।