ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କାମାକ୍ଷାନଗର : ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟରେ ନୋ -ଏଣ୍ଟ୍ରି ସତ୍ତ୍ୱେ ଅବାଧରେ ଭାରୀଯାନ ଚଳାଚଳ କରୁଛି। ପୁଲିସ୍ ଏହା ଜାଣି ମଧ୍ୟ ଚୁପ୍ ହୋଇ ରହିଛି। ଜଗନ୍ନାଥ ବଜାର, ତରୁଣ ବଜାର, କଲେଜ୍ରୋଡ୍ରେ ଅନେକ ସ୍କୁଲ, ମହିଳା କଲେଜ୍ , ବ୍ଲକ୍ ଅଫିସ୍, ତହସିଲ ଅଫିସ୍, ବ୍ୟାଙ୍କ ଆଦି ରହିଛି। ପ୍ରାୟ ସବୁଦିନ ଅନେକ ସ୍କୁଲ୍ , କଲେଜ ଛାତ୍ରଛାତ୍ରୀଙ୍କ ବ୍ୟତୀତ ବିଭିନ୍ନ କାର୍ଯ୍ୟାଳୟ କର୍ମଚାରୀ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ନୋ- ଏଣ୍ଟ୍ରି ଥିବା ସତ୍ତ୍ବେ ଏହି ରାସ୍ତାରେ ଭାରୀଯାନ ଚଳାଚଳ କରୁଛି। ଏହା ଯୋଗୁଁ ଅନେକ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି। ଏଥିସହ ସ୍କୁଲ୍ ଛାତ୍ରଛାତ୍ରୀ , କାର୍ଯ୍ୟାଳୟ କର୍ମଚାରୀ ଓ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ସଂପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସହରର ବୁଦ୍ଧିଜିବୀମାନେ ଏହାର ନିନ୍ଦା କରିଛନ୍ତି। ପୁଲିସ୍ ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l