ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ନୋଟ୍ ଛପାରେ ବ୍ୟବହାର ହେଉଥିବା ସ୍ବତନ୍ତ୍ର କଲର ସିପ୍ଟ (ସିକ୍ୟୁରିଟି ଥ୍ରେଡ୍) ଯୋଗାଇବା ପାଇଁ ବ୍ରିଟେନ୍ର ସଂସ୍ଥା ‘ଡେ ଲା ରୁଏ’କୁ ଅନାବଶ୍ୟକ ଅନୁଗ୍ରହ ଦେଖାଇଥିବା ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେଥିରେ ଅର୍ଥ ମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କର କିଛି ଅଧିକାରୀଙ୍କ ନାମ ରହିଛି। ଜୟପୁର ଓ ଦିଲ୍ଲୀରେ ଥିବା ମାୟାରାମଙ୍କ ବିଭିନ୍ନ ଠିକଣାରେ ସିବିଆଇ ଚଢ଼ଉ ମଧ୍ୟ କରିଛି। ସଂଯୋଗର ବିଷୟ ହେଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାର କିଛି ଦିନ ପରେ ୧୯୭୮ ବ୍ୟାଚ୍ର ଏହି ଆଇଏଏସ୍ ଅଫିସରଙ୍କୁ ସିବିଆଇ ସାମ୍ନା କରିବାକୁ ପଡ଼ିଛି।
ମାୟାରାମ ଏବେ କଂଗ୍ରେସ ଶାସିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭାବେ କାମ କରୁଛନ୍ତି। ସିବିଆଇ ଅଭିଯୋଗରୁ ଜଣାପଡ଼ିଛି ଯେ ନୋଟ୍ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଉଥିବା ସିକ୍ୟୁରିଟି ଥ୍ରେଡ୍କୁ ଡେ ଲା ରୁଏ ପଠାଉଥିଲା। ୨୦୦୪ରେ ଏହି ସଂସ୍ଥା ସହ ସରକାର ଚୁକ୍ତି ସ୍ବାକ୍ଷର କରିଥିଲେ। ତା’ପରେ ବିଭିନ୍ନ ପର୍ଯ୍ୟାୟରେ ଚୁକ୍ତି ଅବଧି ୨୦୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାମ କରୁଥିବା ବେଳେ ମାୟାରାମ ୨୦୧୩ରେ ବେଆଇନ ଭାବେ କଂପାନିର ଚୁକ୍ତିକୁ ବଢ଼ାଇଥିଲେ। ସେଥିପାଇଁ ସରକାରଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ବ୍ରିଟେନ୍ର ସଂସ୍ଥା, ମାୟାରାମ ଓ ଅନ୍ୟ କିଛି ଅଧିକାରୀଙ୍କ ମିଳିତ ଷଡ଼୍ଯନ୍ତ୍ରରେ ଏହି କାମ ହୋଇଥିଲା। ସିବିଆଇ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ କୌଣସି ସଂସ୍ଥାର ଚୁକ୍ତି ଅବଧି ବଢ଼ାଇବା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଓ ଅର୍ଥମନ୍ତ୍ରୀଙ୍କ ଅନୁମତି ବାଧ୍ୟତାମୂଳକ ଥିଲେ ମଧ୍ୟ ସେହି ନିୟମକୁ ମାୟାରାମ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିଲେ।
ମାୟାରାମଙ୍କ ବିରୋଧରେ ଅଭିଯୋଗ ଏବେର ନୁହେଁ। ଅର୍ଥନୈତିକ ବ୍ୟାପାର ବିଭାଗର ମୁଖ୍ୟ ସତର୍କତା ଅଧିକାରୀଙ୍କ ଅଭିଯୋଗକ୍ରମେ ୨୦୧୮ରେ ସିବିଆଇ ପକ୍ଷରୁ ଏହି ମାମଲାର ପ୍ରାରମ୍ଭିକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଡେ ଲା ରୁଏର ଚୁକ୍ତି ଅବଧିକୁ ବଢ଼ାଇବା ବେଳେ ଅନେକ ଅବହେଳା ହୋଇଥିଲା। ପେଟେଣ୍ଟ୍କୁ ନେଇ କଂପାନି କରିଥିବା ଦାବିକୁ ଯାଞ୍ଚ ନକରି ତାହାର ଚୁକ୍ତିକୁ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ପି କେ ବିଶ୍ବାସ ମଞ୍ଜୁର କରିଥିଲେ। କଂପାନି ପାଖରେ ପେଟେଣ୍ଟ୍ ନଥିବା ସତ୍ତ୍ବେ ତାହାର ଚୁକ୍ତି ଅବଧି ବାରମ୍ବାର ବଢ଼ୁଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l