ଦେଶ ବିଦେଶ ମନୋରଞ୍ଜନ

ନେହା କକ୍କରଙ୍କ ଗର୍ଭବତୀ ଖବର ମିଛ: ନିଜ ନୂଆ ଗୀତର ପ୍ରମୋସନ୍ ପାଇଁ କରିଥିଲେ ଡ୍ରାମା

ମୁମ୍ବାଇ ୧୯/୧୨ : ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ନିକଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବେବି ବମ୍ପ ଫ୍ଲଣ୍ଟ କରିଥିବା ନଜର ଆସିଥିଲେ। ଫଟୋ ସେୟାର କରୁ କରୁ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ତାଙ୍କ ଫଟୋ ଦେଖି ଲୋକେ ନାନା ପ୍ରତିକ୍ରିୟା ରଖିଥିଲେ। ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। କାରଣ ଦୁଇ ମାସ ଭିତରେ ସେ ଗର୍ଭବତୀ ହୋଇଥିଲେ। କିନ୍ତୁ ଭାଇରାଲ ହୋଇଥିବା ଫଟୋ ସତ ନୁହେଁ। ନେହା କକ୍କର ଗର୍ଭବତୀ ନାହାନ୍ତି। ସେ ଏକ ଗୀତର ପ୍ରମୋସନ ପାଇଁ ଏହି ଡ୍ରାମା କରିଥିଲେ। ସତ ଜାଣିବା ପରେ ସୋସିଆଲ ମିଡ଼ିଆରେ ସେ ଟ୍ରୋଲ ହୋଇଛନ୍ତି।


ନେହା କକ୍କର ନିଜ ଗୀତର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ‘ଖ୍ୟାଲ ରଖୟା କର୍ ୨୨ ଡିସେମ୍ବର କୋ ଆ ରହା ହେ’


ନେହାଙ୍କ ଏହି ଫଟୋ ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ଟ୍ରୋଲର ଶିକାର ହୋଇଛନ୍ତି। ସତ ଜାଣିବା ପରେ ଲୋକେ ରାଗି ଯାଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ