ଦେଶ ବିଦେଶ ମନୋରଞ୍ଜନ

ନେହା କକ୍କଡ଼ଙ୍କ ବାହାଘରରେ ଉର୍ବଶୀ ପିନ୍ଧିଲେ ୫୫ ଲକ୍ଷ ଟଙ୍କାର ଲେହେଙ୍ଗା ଓ ଗହଣା

ନୂଆଦିଲ୍ଲୀ ୨୭/୧୦: ବଲିଉଡ ସିଙ୍ଗର ନେହା କକ୍କଡ ଓ ରୋହନ ପ୍ରୀତ ସିଂହଙ୍କ ବାହାଘର ସରିଛି। ମାତ୍ର ଏହାକୁ ନେଇ ଏବେ ବି ଚର୍ଚା ଚାଲିଛି। ବାହାଘର ଧୁମଧାମରେ ଆୟୋଜିତ ହୋଇଥିଲେ ହେଁ ପରିବାର ଲୋକ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚି ଥିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦୁହିଁଙ୍କୁ ସେ ବାହାଘର ପାଇଁ ଶୁଭକାମନା ଜଣାଇଛନ୍ତି। ଜୀବନରେ ସେମାନଙ୍କ ପ୍ରେମ ଏମିତି ସବୁବେଳେ ଜାରି ରହୁ ବୋଲି ସେମାନଙ୍କୁ ଶୁଭେଚ୍ଛା ଦେଇଛନ୍ତି।

ତେବେ ଏ ସବୁ ଭିତରେ ଯେତିକି ନେହାଙ୍କ ଡ୍ରେସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ନ କରିଥିବ ଉର୍ବଶୀ ରୌତେଲାଙ୍କ ଆଉଟଫିଟ୍ ଓ ଲୁକ୍ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି। ଅବଶ୍ୟ ତାଙ୍କର ଏ ଲୁକ ପାଇଁ ସେ ମୋଟା ଅଙ୍କର ଟଙ୍କା ବି ଖର୍ଚ କରିଛନ୍ତି। ସେ ନେହାଙ୍କ ବାହାଘରରେ ୫୫ ଲକ୍ଷ ଟଙ୍କାର ଲେହେଙ୍ଗା ଓ ଗହଣା ପିନ୍ଧି ଥିଲେ।

ଉର୍ବଶୀଙ୍କ ଏ ଲୁକର ଖୁଲାସା କରିଛନ୍ତି ତାଙ୍କ ଷ୍ଟାଇଲିଷ୍ଟ ସାଞ୍ଚି ଜୁନେଜା। ସେ ରେନୁ ଟଣ୍ଡନଙ୍କ ଆଉଟଫିଟ୍ ପିନ୍ଧିଥିବା କହିଛନ୍ତି। ସେ ପିନ୍ଧିଥିବା ଲେହେଙ୍ଗା ଲେକସର କଟ ଲେଦରର। ଯେଉଁଥିରେ ହାଥରେ ଜରଦୋଜିର ଓରିଜିନାଲ କାମ କରାଯାଇଛି। ଏହା ବାଦ୍ ସେ ବାହାଘରରେ ନିଜର ଅନେକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ସୋନୁ କକ୍କଡ, ଟୋନି କକ୍କଡଙ୍କ ସହ ନାଚୁଥିବା ନଜର ଆସିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ