ଅପରାଧ ଦେଶ ବିଦେଶ

ନେପାଳ ବିମାନ ଦୁର୍ଘଟଣା: ୧୪.୫ ହଜାର ଫୁଟରେ ପିଟି ହୋଇଥିଲା ବିମାନ, ଏଯାଏଁ ମିଳିଲାନି ୧୬ ମୃତଦେହ

କାଠମାଣ୍ଡୁ ୩୦/୦୫ : ନେପାଳ ବିମାନ ଦୁର୍ଘଟଣାରେ ଏଯାଏଁ ମିଳିଲାଣି ୧୬ ମୃତଦେହ । ଏବେବି ବାକି ମୃତଦେହ ଖୋଜିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥଳସେନା ଓ ବାୟୁ ସେନା ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ମୁସ୍ତାଙ୍ଗ ଅଞ୍ଚଳର କୋବାନରେ କୌଣସି ଭଗ୍ନନାବଶେଷ ମିଳିନାହିଁ । ପାର୍ବତ୍ୟ ଉପରେ ଏଠି ସେଠି ପଡିଥିବା ଖଣ୍ଡବିଖଣ୍ଡିତ ମୃତେଦହ ସବୁକୁ ଏକାଠି କରି ରଖାଯାଉଛି ।

ସକାଳେ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସେନାକୁ ସ୍ଥାନୀୟ ଲୋକେ ସହଯୋଗ କରୁଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନଟି ପ୍ରାୟ ୧୪,୫୦୦ ଫୁଟ ଉଚ୍ଚରେ ଧକ୍କା ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରବିବାର ଦିନ ଏହି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ।

ତାରାର ବିମାନ 9NAET ନେପାଳର ପୋଖରା ଠାରୁ ଜୋମସମ୍ ଯାଉଥିଲା । ସକାଳ ପ୍ରାୟ ୧୦ ଟା ବେଳେ ହଠାତ୍ ବିମାନଟି ନିଖୋଜ ହୋଇଯାଇଥିଲା । ଦିନସାରା ସର୍ଚ୍ଚ ଅପରେସନ୍ ପରେ ଦିନ ୪ ଟାରେ ବିମାନ କ୍ରାସ ହେବାର ଖବର ଆସିଥିଲା । ବିମାନରେ କ୍ରୁ ମେମ୍ବରଙ୍କ ସମେତ ପ୍ରାୟ ୨୨ ଜଣ ଲୋକ ଯାତ୍ରା କରୁଥିଲେ । ଏଥିମଧ୍ୟରୁ ଭାରତରୁ ୪ ଜଣ ଯାତ୍ରୀ ଥିଲେ । ବିମାନରେ ପାଇଲଟଙ୍କ ସମେତ ୩ ଜଣ କ୍ରୁ ମେମ୍ୱର ଥଇଲେ ।

କୁହାଯାଉଛି ବିମାନଟି ୩୦ ବର୍ଷ ପୁରୁଣା । ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି । ସୂଚନା ଥାଉକି, ବିମାନରେ ଥିବା ୪ ଭାରତୀୟ ଯାତ୍ରୀ ହେଉଛନ୍ତି ଓଡ଼ିଶାର ଗୋଟିଏ ପରିବାର । ସେମାନେ ଗତ ୨୬ ତାରିଖରେ ସେ ପରିବାର ସହ କାଠମାଣ୍ଡୁ ଗସ୍ତ କରିଥିଲେ । ଏମାନେ ସମସ୍ତେ ଆସନ୍ତା ୬ ତାରିଖରେ ଫେରିବାର ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ