ରାଜ୍ୟ

ନେତାଙ୍କୁ ଚକ୍‌ମା ଦେଇଛି ସାଲେପୁର

କଟକ: କଟକ ଜିଲ୍ଲା ରାଜନୀତିରେ ସାଲେପୁର ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚକିତ କଲା ଭଳି ଫଳାଫଳ ଦେଇ ଆସିଛି। ମାତ୍ର ହଜାରେ, ଦୁଇ ହଜାର ଭୋଟରେ ହାରଜିତ ନିର୍ଣ୍ଣୟ କରେ ଏହି ଆସନ। କେବଳ ସେତିକି ନୁହେଁ, ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଥର ଭୋଟର ଏଠାରେ ନୂଆ ବିଧାୟକ ନିର୍ବାଚିତ କରୁଛନ୍ତି। ଏବେ ୨୦୨୪ ନିର୍ବାଚନରେ ଏହି ଧାରା ଭାଙ୍ଗିବ ନା ଜାରି ରହିବ, ତାହାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ବଢ଼ିଲାଣି। ଅନ୍ୟପକ୍ଷରେ ପୁରୁଣା ସାଲେପୁର ନିର୍ବାଚନ ମଣ୍ଡଳୀର ଇତିହାସ କହୁଛି, କେବଳ ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରା ଓ ମାୟାଧର ସେଠୀ ଏଠାରୁ ଲଗାତାର ଦୁଇଥର ବିଧାୟକ ହୋଇପାରିଛନ୍ତି। ପରେ ୨୦୦୯ରେ ଏଠାରୁ କାଳିନ୍ଦୀ ବେହେରାଙ୍କ ପୁଅ ବିଜେଡି ନେତା ଚନ୍ଦ୍ରସାରଥି ବେହେରା ବିଜୟୀ ହୋଇଥିଲେ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରା ଓ ୨୦୧୯ରେ ବିଜେଡିରୁ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା ନିର୍ବାଚିତ ହୋଇଥିଲେ। ୨୦୧୪ରେ କଟକର ୯ରୁ ୮ ବିଧାନସଭା ବିଜେଡି ହାତେଇ ଥିବା ବେଳେ ସାଲେପୁର ଭୋଟର କଂଗ୍ରେସ ସପକ୍ଷରେ ରାୟ ଦେଇଥିଲେ।

ଏଭଳି ଏକ ପୃଷ୍ଠଭୂମିରେ ଏଥର ସାଲେପୁର କାହା ସପକ୍ଷରେ ରହିବ, ସେ ନେଇ ଆକଳନ ଆରମ୍ଭ ହୋଇଯାଇଛି। ଯଦିଓ ଚନ୍ଦ୍ର ସାରଥି ଗତ ଦୁଇ ନିର୍ବାଚନରେ କଟକ ସଦର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି, ତଥାପି ସାଲେପୁର ସହିତ ତାଙ୍କର ନିବିଡ଼ତା କାହାକୁ ଅଛପା ନାହିଁ। ତେଣୁ ଶେଷ ମୁହୂର୍ତ୍ତରେ ସେ ପ୍ରାର୍ଥୀ ହେବା ସମ୍ଭାବନାକୁ ଟାଳି ହେବ ନାହିଁ। ଏମିତିରେ ବି ଏହି ବିଧାନସଭା ଆସନ କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ରହିଛି। ଏଣୁ ବିେଜଡି କେନ୍ଦ୍ରାପଡ଼ା ଲୋକସଭା ଅଙ୍କକୁ ଧରି ଏଠାରେ ପ୍ରାର୍ଥୀ ଦେଇପାେର।
ଉଲ୍ଲେଖଥାଉକି, ସାଲେପୁର ବ୍ଲକ୍‌ ଓ ଟାଙ୍ଗୀର ୧୩ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଭୋଟର ସଂଖ୍ୟା ୨ ଲକ୍ଷ ୭୦ ହଜାର ୧୮୨। ୨୦୧୯ ନିର୍ବାଚନରେ ବିଜେଡିର ପ୍ରଶାନ୍ତ ବେହେରା ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କୁ ୩୨ ହଜାର ୨୧୦ ଖଣ୍ଡ ଭୋଟ‌ରେ ପରାସ୍ତ କରିଥିଲେ। କଂଗ୍ରେସର ରବୀନ୍ଦ୍ରନାଥ କର ସେବେ ୫୫୨୦ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।