ଖେଳ ଦେଶ ବିଦେଶ

ନେଉଳର ଭବିଷ୍ୟବାଣୀ: ଇଂଲଣ୍ଡ ଜିତିବ

ଲଣ୍ଡନ: ଚଳିତ ୟୁରୋକପ୍‌ ଫାଇନାଲ୍‌ ଫଳାଫଳକୁ ନେଇ ମଣିଷଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତେ ଭବିଷ୍ୟବାଣୀ କରିବା ଆରମ୍ଭ କରି ଦେଇଛନ୍ତି। ତେବେ ଲଣ୍ଡନ ଚିଡ଼ିଆଖାନାର ରହସ୍ୟମୟ ନେଉଳ ଆୟୋଜକ ଇଂଲଣ୍ଡ ଏହି ମେଗା ମୁକାବିଲାକୁ ଜିତିବ ବୋଲି ଭବିଷ୍ୟବାଣୀ କରି ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଚିଡ଼ିଆଖାନାର ଜଣେ କର୍ମଚାରୀ ଏହି ନେଉଳଟିକୁ ନେଇ ବିଜେତା ବାଛିବାର ପ୍ରକ୍ରିୟା କରିଥିଲେ। ପ୍ରଥମେ ସେ ଏକ ନିକଟସ୍ଥ ପଡ଼ିଆରେ ଇଂଲଣ୍ଡ ଓ ଇଟାଲି ଜାତୀୟ ପତାକା ପୋତି ଦେଇଥିଲେ। ଏହା ପରେ ନେଉଳକୁ ଛାଡ଼ି ବିଜେତା ବାଛିବାର ସଙ୍କେତ ଦେଇଥିଲେ। ୫ ମିନିଟ୍ ପର୍ଯ୍ୟନ୍ତ ଅନୁଧ୍ୟାନ କରିବା ପରେ ଚତୁର ନେଉଳଟି ଇଂଲଣ୍ଡ ପତାକାକୁ ବାଛିଥିଲା।

ଅତୀତରେ ମଧ୍ୟ ବଡ଼ ବଡ଼ ଫୁଟବଲ୍ ପ୍ରତିଯୋଗିତାର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଫଳାଫଳର ଭବିଷ୍ୟବାଣୀ ବହୁ ଜୀବଜନ୍ତୁ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୧୦ ବିଶ୍ବକପ୍‌ରେ ଜର୍ମାନୀର ପଲ୍ ନାମକ ଏକ ଅକ୍ଟୋପସ୍ ୮ଟି ମ୍ୟାଚ୍‌ର ଫଳାଫଳ ସଠିକ୍ ଭାବେ ଅନୁମାନ କରି ବିଶ୍ବ ସାରା ପ୍ରସିଦ୍ଧି ଲାଭ କରିଥିଲା। କେହି କେହି ତାକୁ ପଲ୍ ବାବା ବି କହିବା ଆରମ୍ଭ କରି ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ