ମନୋରଞ୍ଜନ

ନୃତ୍ୟରୁ ଅଭିନୟ ଆଡ଼କୁ ବୈଶାଳୀ

ଓଡ଼ିଆ ଚଳଚ୍ଚିତ୍ର ‘କେଦାରଗୌରୀ’ରେ କେଦାର ଭୂମିକାରେ ଅସିତ ଏବଂ ଗୌରୀ ଭୂମିକାରେ ବୈଶାଳୀ ଅବତୀର୍ଣ୍ଣ ହେଇଛନ୍ତି। ବିଶ୍ବଜିତ ପଣ୍ଡା ଓ ଅରୁବାବା ମହାନ୍ତଙ୍କ ଚିତ୍ରନାଟ୍ୟ ପ୍ରସ୍ତୁତି ଏବଂ ଚିତ୍ତରଂଜନ ଆଚାର୍ଯ୍ୟଙ୍କ ବ୍ୟବସ୍ଥାପନାରେ ଏଇ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ବଜିତ ପଣ୍ଡା। ଓଡ଼ିଶାର ପ୍ରଖ୍ୟାତ କବି ସ୍ବର୍ଗତ ରାଧାନାଥ ରାୟଙ୍କ କବିତା ପୃଷ୍ଠଭୂମିକୁ ଆଧାର କରି ଏଇ ଚଳଚ୍ଚିତ୍ରର କଥାବସ୍ତୁ ପ୍ରସ୍ତୁତ ହେଇଛି। ଓଡ଼ିଶୀ ନୃତ୍ୟକଳାରେ ଉଚ୍ଚତର ଅଧ୍ୟୟନ ପାଇଁ ନୃତ୍ୟଶିଳ୍ପୀ ବୈଶାଳୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମେଧାବୃତ୍ତି ମିଳିଛି। ସେ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ନୃତ୍ୟଶିଳ୍ପୀ। ଜାତୀୟ ଏବଂ ଅନ୍ତର୍ଜାତୀୟ ନୃତ୍ୟଉତ୍ସବରେ ତାଙ୍କୁ ଏକକ ନୃତ୍ୟ ପରିବେଷଣର ସୁଯୋଗ ମିଳିଛି। ୨୦୧୬ରେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ଦ ୱାଟର୍‌ଫଲ୍‌’ରେ ତାଙ୍କୁ ପ୍ରଥମେ ଅଭିନୟର ସୁଯୋଗ ମିଳିଲା। ଏହାପରେ ସେ ଦିଲ୍ଲୀରେ ମାସ୍ କମ୍ୟୁନିକେସନ୍‌ରେ ସ୍ନାତକୋତ୍ତର କଲେ। ଏହି ସମୟରେ ସେ ଥିଏଟର ତଥା ମଞ୍ଚନାଟକରେ ସକ୍ରିୟ ହେଲେ।

ନୃତ୍ୟରୁ କ୍ରମଶଃ ସେ ଅଭିନୟ ପ୍ରତି ଅଧିକ ଯତ୍ନବାନ ହେଲେ। ବୈଶାଳୀ ହିନ୍ଦୀ ଚଳଚ୍ଚିତ୍ର ‘ବଧାଇ ହୋ’ରେ ସହ ନିର୍ଦ୍ଦେଶିକା ଭାବେ କାମ କରି କିଛି ଅଭିଜ୍ଞତା ହାସଲ କଲେ। ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଦୁଇଟି ମ୍ୟୁଜ଼ିକ୍ ଆଲବମ୍ ‘ଏ ମନ ମୋ ମନ’ ଓ ‘କୁଞ୍ଚୁକୁଞ୍ଚିଆ ବାଳ’ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହେଇଛି। ବୈଶାଳୀ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ରେ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଓଡ଼ିଶୀ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ଓଡ଼ିଶା ଡ୍ୟାନ୍ସ ଏକାଡେମିର ଅରୁଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ଶିକ୍ଷାରେ ସେ ଓଡ଼ିଶୀ ନୃତ୍ୟରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ