ରାଜ୍ୟ

ନୂତନ ଶ୍ରେଣୀରେ ନାମ ଲେଖାଇପାରୁ ନାହାନ୍ତି ତିନି ଛାତ୍ର, ଜାଣନ୍ତୁ କାରଣ

କନ୍ଧମାଳ ଜିଲ୍ଲାରେ ଶିକ୍ଷା ହାର ବୃଦ୍ଧି କରିବା ସହ ଡ୍ରପ ଆଉଟ ସଂଖ୍ୟା କମେଇବାକୁ ସରକାର ଏବଂ ପ୍ରଶାସନ ଉଦ୍ୟମ କରୁଥିବା ବେଳେ କିଛି ପ୍ରମାଣପତ୍ର ପାଇଁ ବିଦ୍ୟାଳୟରେ ନାମ ଲେଖାରୁ ବଞ୍ଚିତ ହୋଇ ଘରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷା ହାର ବୃଦ୍ଧି କରିବା ସହ ଡ୍ରପ ଆଉଟ ସଂଖ୍ୟା କମେଇବାକୁ ସରକାର ଏବଂ ପ୍ରଶାସନ ଉଦ୍ୟମ କରୁଥିବା ବେଳେ କିଛି ପ୍ରମାଣପତ୍ର ପାଇଁ ବିଦ୍ୟାଳୟରେ ନାମ ଲେଖାରୁ ବଞ୍ଚିତ ହୋଇ ଘରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ଡ଼ାଡି ଗ୍ରାମର ଶୁକୃ ପ୍ରଧାନଙ୍କ ପୁତ୍ର ରାମଚ଼ନ୍ଦ୍ର ପ୍ରଧାନ, ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଲୁଇସିଂ ପଞ୍ଚାୟତ କମେଲସିଂ ଗ୍ରାମର ଜନକ ସାହୁଙ୍କ ପୁତ୍ର ଶ୍ରବଣ କୁମାର ସାହୁ ଓ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଗବନଳା ଗ୍ରାମର ଗଣେଶ୍ୱର କହଁରଙ୍କ  ପୁତ୍ର ବାବୁଲା କହଁରଙ୍କୁ ଚଳିତ ବର୍ଷ କୌଣସି ବିଦ୍ୟାଳୟରେ ଆଡ଼ମିସନ ହୋଇନପାରିବା ହେତୁ ଘରେ ବସିଛନ୍ତି।

ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ବିକାଶ ପାଇଁ କୋମଳମତି ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ପାଣି ଭଳି ଅର୍ଥ ଖର୍ଚ୍ଚ କରି ଆସୁଥିବା ବେଳେ କୋମଳମତି ପିଲାମାନଙ୍କୁ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଆଡ଼ମିସନ ନମିଳିବା ଦୁର୍ଭାଗ୍ୟର ବିଷୟ।

ପ୍ରାପ୍ତ ସୂଚନାନୁସାରେ ଛାତ୍ର ରାମଚନ୍ଦ୍ର ପ୍ରଧାନ ଡାଡି ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାପରେ ସେ ବିଦ୍ୟାଳୟରୁ ନିଜର ଟିସି ଆଣି ଅନ୍ୟ ବିଦ୍ୟାଳୟରେ ନାମ ଲେଖେଇବା ନିମନ୍ତେ ଯାଇଥିଲେ କିନ୍ତୁ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଆଧାରକାର୍ଡରେ ତୃଟି ହୋଇଥିବା ଆଡ଼ମିସନ ସମୟରେ ଜଣାଇ ଦିଆଯାଇଥିବାରୁ ଆଧାରକାର୍ଡ଼ର ତୃଟିକୁ ଶଂଶୋଧନ କରାଇଥିଲେ।

ସେହିପରି ଛାତ୍ର ଶ୍ରବଣ କୁମାର ସାହୁ ଏବଂ ବାବୁଲା କହଁର ନିଜର ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ସମେତ ବ୍ୟାଙ୍କ ପାସ୍ ଖାତାକୁ ସଂଗ୍ରହ କରି ସ୍କୁଲରେ ଆଡ଼ମିସନ କରିବା ପାଇଁ ଆସିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଆଡ଼ମିସନ ସମୟ ଅତିବାହିତ ହୋଇଯାଇଛି କହିବାରୁ କୌଣସି ସ୍କୁଲରେ ଆଡ଼ମିସନ ମିଳିପାରି ନଥିବା ଜଣାପଡ଼ିଛି। 

ଯଦି ଏହି ନିରୀହ କୋମଳମତି ପିଲାମାନଙ୍କୁ ଏହିପିର କୌଣସି ସ୍କୁଲରେ ଆଡ଼ମିସନ ନ ମିଳି ପାରିଲେ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେବା ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷାର ବିକାଶ ଯୋଜନା ଫେଲ୍ ମାରିଯିବ ବୋଲି ସାଧାରଣରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। କୋମଳମତି ପିଲାମନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜଦି ସରକାର ଏହି କୋମଳମତି ପିଲା ମାନଙ୍କ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ ବ୍ୟବସ୍ଥା କଲେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇପାରିବ।ପିଲାଙ୍କ ପାଠ ପଢାକୁ ନେଇ ଚିନ୍ତାରେ ଥିବା ଅଭିଭାବକ ମାନେ ମଧ୍ୟ ଶାନ୍ତିରେ ରହିପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।