କଳା ଓ ସଂସ୍କୃତି ଧର୍ମ

ନୂଆ ବର୍ଷ ୨୦୨୧: ପୁଷ୍ପ ମହାଯୋଗରୁ ଆରମ୍ଭ ହେବ ନୂଆ ବର୍ଷ, ରହିଛି ଅନେକ ଶୁଭ ସଂଯୋଗ

ଭୁବନେଶ୍ୱର ୨୩/୧୨ : ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ରହିଲା। ନୂଆ ବର୍ଷ ଆଗମନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନୂଆ ବର୍ଷ ପ୍ରତି ବର୍ଷ ନିଜ ସହ ନୂଆ ଆଶା, ନୂଆ ଖୁସି, ନୂଆ ସ୍ବପ୍ନ, ନୂଆ ପର୍ବପର୍ବାଣି ନେଇ ଆସେ। ଠିକ୍ ସେହିଭଳି ୨୦୨୦କୁ ନେଇ ମଧ୍ୟ ଲୋକଙ୍କ ମନରେ ନାନା ଆଶା ଆକାଂକ୍ଷା ସଞ୍ଚାର ହୋଇଥିଲା। କିନ୍ତୁ ୨୦୨୦ ଶୁଭ ପ୍ରମାଣିତ ହେଲାନାହିଁ। ୨୦୨୦ ରେ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ହାହାକାର ଖେଳିଗଲା। ଲୋକେ ବର୍ତ୍ତମାନ ୨୦୨୧କୁ ଅପେକ୍ଷା କରି ବସିଛନ୍ତି। ୨୦୨୧ ନୂଆ ଆଶା, ନୂଆ ଖୁସି ନେଇ ଆସିବ ବୋଲି ସମସ୍ତଙ୍କ ଭରସା। ଜ୍ୟୋତିଷଙ୍କ ଅନୁଯାୟୀ, ୨୦୨୧ ଅନେକ ଶୁଭ ସଂଯୋଗ ଓ ଶୁଭ ମୁହୂର୍ତ୍ତ ନେଇ ଆସୁଛି। ନୂଆ ବର୍ଷରେ ଏମିତି ଅନେକ ସଂଯୋଗ ରହିଛି ଯାହା କିଛି କୁଣ୍ଡଳୀ ପାଇଁ ବହୁତ ଶୁଭ ପ୍ରମାଣିତ ହେବ।

ଜ୍ୟୋତିଷଙ୍କ ଅନୁଯାୟୀ, ନୂଆ ବର୍ଷରେ ଅମୃତ ସିଦ୍ଧି ଯୋଗ, ଗୁରୁ ପୁଷ୍ପ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ରହିଛି। ଏହା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ ରହିଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଏହିସବୁ ଶୁଭ ଯୋଗରେ କରାଯାଇଥିବା କାମ ପୂର୍ଣ୍ଣ ହୋଇଥାଏ। ଜାଣନ୍ତୁ ଏହି ଯୋଗ ସମ୍ପର୍କରେ…

୧. ୨୦୨୧ ଜାନୁଆରୀ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ଅମୃତ ସିଦ୍ଧି ଯୋଗ ରହିବ। ଏହି ଶୁଭ ସଂଯୋଗ ୨୦୨୦ର ଶେଷ ଦିନ ଅର୍ଥାତ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ୪୯ ମିନିଟରୁ ଆରମ୍ଭ ହେବ ଏବଂ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ରହିବ।

୨. ଜାନୁଆରୀ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ଗୁରୁ ପୁଷ୍ପ ଯୋଗ ରହିବ। ଏହି ଯୋଗ ମଧ୍ୟ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ୪୯ ମିନିଟରୁ ଆରମ୍ଭ ହେବ। ପୌରାଣିକ କଥା ଅନୁସାରେ, ଏହି ଯୋଗ ସମୟରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କଲେ ଶରୀର ନିରୋଗ ରହେ।

୩. ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ସର୍ବାର୍ଥ ସିଦ୍ଧି ଯୋଗ ହେବ। ବିଶ୍ୱାସ ଅନୁସାରେ, ସର୍ବାର୍ଥ ସିଦ୍ଧି ଯୋଗରେ କରାଯାଇଥିବା ଯେକୌଣସି କାମ ସିଦ୍ଧ ହୋଇଥାଏ। ଏହି ଶୁଭ ଯୋଗ ଡିସେମ୍ବର ୩୧ ତାରିଖ ସୂର୍ଯ୍ୟୋଦୟ ରୁ ଜାନୁଆରୀ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ରହିବ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ