ଅପରାଧ ଦେଶ ବିଦେଶ

ନୂଆ ବର୍ଷରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ରାଜସ୍ଥାନରେ କାର୍‌-ଟ୍ରକ୍‌ ଧକ୍କା, ୫ ମୃତ

ଜୟପୁର: ରାଜସ୍ଥାନର ହନୁମାନଗଡ଼ ଅଞ୍ଚଳ ସ୍ଥିତ ପଲ୍ଲୁ ଥାନା ଅଧୀନରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ କାର୍‌ରେ ୬ ଜଣ ଯାତ୍ରୀ ଥିଲେ। ରାୱତସର-ସରଦାରସହର ମେଘା ରାଜପଥରେ କାର୍‌କୁ ସମ୍ମୁଖରୁ ଏକ ଟ୍ରକ୍‌ ପ୍ରଚଣ୍ଡ ଧକ୍କା ଦେବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବିକାନେର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ମୃତକମାନଙ୍କୁ ଯଥାକ୍ରମେ ରାଜୁ (୨୪), ନରେଶ କୁମାର (୨୮), ଦନାରାମ (୩୨), ବବ୍‌ଲୁ (୨୮), ମୁରଲି (୨୮) ବୋଲି ଚିହ୍ନଟ କରିଛି। ସମସ୍ତ ମୃତକ ରାଜସ୍ଥାନ ହନୁମାନଗଡ଼ର ବିସ୍ରାସାର ଗ୍ରାମ ବାସିନ୍ଦା। ବିସ୍ରାସାର ମେଘା ରାଜପଥ ନିକଟସ୍ଥ ଗୌଶାଳା ନିକଟରେ ଏହି ଦୁର୍ଘଟଣା ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ