ଅପରାଧ ରାଜ୍ୟ

ନୂଆମୋଡ଼ରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଆନ୍ଦୋଳନ: ସପକ୍ଷବାଦୀଙ୍କ ସହ ସାମିଲ୍‌ ହେଲେ ବିରୋଧୀ

କୁଜଙ୍ଗ : ଜଗତ୍‌ସିଂହପୁର ଜିଲ୍ଲା ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଆନ୍ଦୋଳନ ଏକ ନୂଆମୋଡ଼ରେ ପହଞ୍ଚିଛି। ସେତେବେଳେ ପୋସ୍କୋ ଏବଂ ଏବେ ଜେଏସ୍‌ଡବ୍ଲ୍ୟୁକୁ ଯେଉଁମାନେ ବିରୋଧ କରୁଥିଲେ, ଏବେ ସେମାନେ ପ୍ରକଳ୍ପ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି। ୨୦୦୫ ମସିହାରୁ ଶିଳ୍ପ ବିରୋଧୀ ଭାବେ ଜଣାଶୁଣା ଏହି ବ୍ୟକ୍ତିମାନେ ୧୭ବର୍ଷର ଅତୀତକୁ ଭୁଲି ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ଶପଥ ନେଇଛନ୍ତି। ଆଜି ଅପରାହ୍ନରେ ଢିଙ୍କିଆଠାରେ ଏହି ବିରୋଧୀମାନେ ବହୁସଂଖ୍ୟାରେ ଏକାଠି ହୋଇଥିଲେ। ଜିଲ୍ଲା ଏସ୍‌ପି ଅଖିଳେଶ୍ବର ସିଂହଙ୍କୁ ସ୍ବାଗତ୍‌ କରିବା ସହିତ ଆଗକୁ ପ୍ରକଳ୍ପକୁ ପୂର୍ଣ୍ଣ ସମର୍ଥନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ସେମାନଙ୍କ ଦାବି ତଥା ଅଧିକାର ପ୍ରତି ପ୍ରଶାସନ ଓ ସରକାର ଦୃଷ୍ଟିଦେବାକୁ ନିବେଦନ କରିଛନ୍ତି।

ଶୁକ୍ରବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ସ୍ବାଗତ କରି ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଥିବା ନିର୍ଭୟ ସାମନ୍ତରାୟ, ଅକ୍ଷୟ ବେହେରା, ଦେବଦତ୍ତ ସ୍ବାଇଁ, ବିବେକ ସ୍ବାଇଁ, ପ୍ରଶାନ୍ତ ଲେଙ୍କା, ପବି ଗୋଛାୟତ, ଶିଶିର ମହାପାତ୍ର, ନିତ୍ୟାନନ୍ଦ ସ୍ବାଇଁ, ଶ୍ରୀଧର ଭୋଳ, ଯୋଗୀ ମଲିକ, ଚଗଲା ମହାନ୍ତି, ବିଭୂନା ମହାପାତ୍ର, ସୁଜନ ମହାପାତ୍ର, ଶରତ ଲେଙ୍କା ପ୍ରମୁଖ ଶତାଧିକ ଢିଙ୍କିଆବାସୀ ଏସ୍‌ପିଙ୍କୁ ସାକ୍ଷାତ କରି ପ୍ରକଳ୍ପ ଓ ଭାଇଚାରା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଗ୍ରାମର ମଧ୍ୟସ୍ଥଳରେ ଅବସ୍ଥିତ କଚେରି ଗଡ଼ିଆଠାରେ ବହୁସଂଖ୍ୟାରେ ପ୍ରକଳ୍ପ ବିରୋଧୀ ଜନସାଧାରଣ ଏକାଠି ହୋଇଥିଲେ। ଏସ୍‌ପି ସେଠାରେ ପହଂଚିବା ପରେ ଶିଶିର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମମତା ନାୟକ, ରାଜେଶ ରାଜ ସ୍ବାଇଁ, କୈଳାସ ମହାନ୍ତି, ମୁରଲୀଧର ସାହୁ, ତନ୍ମୟ ସ୍ବାଇଁ, ତାମିଲ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସେମାନେ ପ୍ରକଳ୍ପକୁ ସହଯୋଗ କରିବେ ବୋଲି କହିଥିଲେ। ମାତ୍ର ପଞ୍ଚାୟତର ୮୦ ଭାଗ ଲୋକ ଭୂମିହୀନ। ଏଯାବତ୍‌ ସେମାନେ ସରକାରୀ ଅନାବାଦି ଜମି ଉପରେ ନିର୍ଭର କରି ବଂଚି ଆସିଥିଲେ। ସେମାନଙ୍କ ଜୀବନ ଜୀବିକା କଥା ପ୍ରଶାସନ, ସରକାର ଓ ପ୍ରକଳ୍ପ କର୍ତ୍ତୃପକ୍ଷ ସହୃଦୟତାର ସହିତ ବିଚାର କରିବାକୁ ନିବେଦନ କରିଥିଲେ। ସେମାନେ ପ୍ରକଳ୍ପକୁ ଆଉ ବିରୋଧ କରିବେ ନାହିଁ, ବରଂ ସହଯୋଗର ହାତ ବଢାଇବେ ବୋଲି କହିବା ସହ ସରକାର, ପ୍ରଶାସନ ଓ ପ୍ରକଳ୍ପ କର୍ତୃପକ୍ଷ ସେମାନଙ୍କ ନ୍ୟାଯ୍ୟ ଦାବି ଓ ଅଧିକାର ପ୍ରତି ବିଶ୍ବାସଯୋଗ୍ୟ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଏଥିସହିତ ଦେବ ସ୍ବାଇଁଙ୍କୁ ତୁରନ୍ତ ଖଲାସ କରିବାକୁ ନିବେଦନ କରିଥିଲେ।

ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଂହ ବକ୍ତବ୍ୟ ପ୍ରଦାନ କରି ପ୍ରଶାସନର କାହା ସହିତ କୌଣସି ଶତ୍ରୁତା ନଥାଏ ଓ ଯେଉଁ କାମ ପାଇଁ ସରକାର ପ୍ରଚେଷ୍ଟା କରି ଆସୁଛନ୍ତି ପ୍ରଶାସନ ସେଥିପାଇଁ ସରକାରଙ୍କୁ ସହାୟତା କରିଥାଏ ବୋଲି କହିଥିଲେ। ଆମେ ଆଉ ଅତୀତକୁ ଫେରିବା ନାହିଁ। ୧୭ ବର୍ଷର ପ୍ରକଳ୍ପ ବିରୋଧୀ ମାନସିକତାକୁ ପରିତ୍ୟାଗ କରି ଆଗକୁ ବଢିବା ପାଇଁ ସେ ଆହ୍ବାନ ଜଣାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।