କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନୂଆବର୍ଷର ପ୍ରଥମ ଦିନରେ କେତେ ରହିଛି ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ ୧।୧: ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କ୍ରମାଗତ ୨୫ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୮୩.୭୧ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୭୩.୮୭ଟଙ୍କାରେ ବିକ୍ରି ହେଉଛି । ତେବେ ୨୦ନ ଭେମ୍ବରଠାରୁ ୧୫ ଥର ମୂଲ୍ୟ ବୃଦ୍ଧି ସହ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇଛି ।

ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୮୬.୫୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୭୮.୩୧ ଟଙ୍କା ରହିଛି । ସେହିଭଳି ନୋଏଡାରେ ପେଟ୍ରୋଲ ଲିଟର ପିଛା ୮୩.୬୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୨୯ ଟଙ୍କା ରହିଛି । ଲକ୍ଷ୍ନୌରେ ପେଟ୍ରୋଲ ହେଉଛି ୮୩.୫୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୨୧ ଟଙ୍କା ରହିଛି । ପାଟନାରେ ପେଟ୍ରୋଲ ୮୬.୨୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୦୪ ଟଙ୍କା । ଚଣ୍ଡୀଗଡ ପେଟ୍ରୋଲ ମୂଲ୍ୟ ୮୦.୫୯ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୭୩.୮୧ ଟଙ୍କା ରହିଛି ।

ଆପଣ ଏସଏମଏସ ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ଜାଣିପାରିବେ । ଭାରତୀୟ ଅଏଲ ଗ୍ରାହକ RSP ଲେଖି ୯୨୨୪୯୯୨୨୪୯ ନମ୍ବରକୁ ଏବଂ BPCL ଗ୍ରାହକମାନେ RSP ଲେଖି ୯୨୨୩୧୧୨୨୨୨ ନମ୍ବରକୁ ଏସଏମଏସ କରି ସୂଚନା ପାଇପାରିବେ । ସେହିପରି HPCL ଗ୍ରାହକମାନେ HPPrice ଲେଖି ୯୨୨୨୨୦୧୧୨୨ନମ୍ବରକୁ ପଠାଇ ମୂଲ୍ୟ ଜାଣିପାରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,