କଳା ଓ ସଂସ୍କୃତି ଦେଶ ବିଦେଶ

ନୂଆବର୍ଷରେ ଲୋକଙ୍କ ମଉଜ ହେଲା କାଳ, ରାସ୍ତାରେ ପଡ଼ିଛି ଶହ ଶହ ପକ୍ଷୀ ମଡ଼କ

ରୋମ ୦୨/୦୧: ଧୁମଧାମରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ। ନିଜ ଖୁସି ପାଇଁ ଲୋକେ ବାଣ ମଧ୍ୟ ଫୁଟାଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସରକାର ରାତ୍ରି କର୍ଫ୍ୟୁ ଲଗାଇଥିଲେ ବି ଲୋକେ ଏହାକୁ ବେଖାତିର କରିଥିଲେ। ନୂଆବର୍ଷ ଆଗମନରେ ଲୋକେ ମଉଜରେ ମାତିଲେ କିନ୍ତୁ ଖୁସି ପାଇଁ ବାଣ ଫୁଟାଇବା ଯେ ପକ୍ଷୀମାନଙ୍କ ପାଇଁ ଘାତକ ହେଲା ସେ କଥା କେହି ଚିନ୍ତା କଲେନାହିଁ।

ଇଟାଲିର ରାଜଧାନୀ ରୋମରେ ଲୋକେ ବାଣ ଫୁଟାଇବା କାରଣରୁ ଶହ ଶହ ପକ୍ଷୀ ମରିଛନ୍ତି। ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଆତଶବାଜୀ ପାଇଁ ଶହ ଶହ ପକ୍ଷୀ ମରିଥିବା ନେଇ ଅନ୍ତର୍ଜାତୀୟ ପଶୁ ପରୀକ୍ଷା ସଂଗଠନ ପକ୍ଷରୁ ଅନୁମାନ କରାଯାଇଛି। ଏହି ଦୃଶ୍ୟ ରୋମର ମୁଖ୍ୟ ଟ୍ରେନ୍‌ ଷ୍ଟେସନ୍‌ର ବୋଲି ଜଣାପଡ଼ିଛି।

ଯଦିଓ ପକ୍ଷୀ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ କିନ୍ତୁ ଆତଶବାଜୀ ପାଇଁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଭୟରେ ପକ୍ଷୀମାନଙ୍କର ମୃତ୍ୟୁ ହୋଇଛି। ଏକାସାଙ୍ଗରେ ସେମାନେ ଉଡ଼ୁଥିବାରୁ ପରଷ୍ପର ସହ ବାଡ଼େଇ ହେବାରୁ ମୃତ୍ୟୁ ହୋଇଥାଇପାରେ। ଏହା ସହ ହୃଦଘାତରେ ସେମାନଙ୍କର ମୃତ୍ୟୁ ହେବା ବି ସ୍ବାଭାବିକ ବୋଲି ଅନ୍ତର୍ଜାତୀୟ ପଶୁ ସୁରକ୍ଷା ସଂଗଠନର ପ୍ରବକ୍ତା ଲୋରେଡାନା ଡିଗିଲିଓ କହିଛନ୍ତି।

ତେବେ ଆତଶବାଜୀ ଯୋଗୁ ବହୁ ଗୃହପାଳିତ ପକ୍ଷୀଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳେ ।ସେହିଭଳି ସରକାରଙ୍କ ଅବହେଳା ପାଇଁ ନୂଆବର୍ଷ ରାତିରେ ରୋମବାସୀ ବାଣ ଫୁଟାଇଛନ୍ତି। ତେଣୁ ପକ୍ଷୀଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଏଭଳି ଅଭିଯୋଗ ଆସିବା ପରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଦେଇଛନ୍ତି ଇଟାଲି ପ୍ରଶାସନ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,