ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆପଡ଼ା ସ୍ବଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ନୂଆପଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମଙ୍ଗଳବାର ଦିନ ନୂଆପଡ଼ା ଜିଲ୍ଲା ସଦର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ମନ୍ତ୍ରୀ ଶ୍ରୀ ଢ଼ୋଲକିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନୂଆପଡ଼ା ଜିଲ୍ଲା ସ୍ବଭିମାନ ମଞ୍ଚ ପକ୍ଷରୁ ସକାଲ ୬ଟାରୁ ଏହା ଆରମ୍ଭ ହୋଇଛି। ନୂଆପଡ଼ା ସଦର ସ୍କୁଲ, କଲେଜ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏହି ବନ୍ଦରେ କୌଣସି ପ୍ରଭାବ ପଡ଼ି ନାହିଁ। କେବଳ ସଦର ସମସ୍ତ ଦୋକାନ ବାଜାର, ସରକାରୀ ଅଫିସ ବନ୍ଦ କରିବାକୁ ଡାକାବାଜ ଯନ୍ତ୍ରୀରେ ଲୋକମାନଙ୍କୁ ସଚେତନା କରୁଛନ୍ତି। ଅନ୍ୟପଟରେ ୩୫୩ ନଂ ଜାତୀୟ ରାଜପଥ ଘାସିରାମ ଛକ ଠାରେ ରାସ୍ତା ଅବରୋ କରିଥିବା ଫଲରେ ବହୁ ସଂଖ୍ୟା ଯାନବାହନ ଅଟକି ରହିବା ଯାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି।

ପ୍ରକାଶ ଯେ ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ ମନ୍ତ୍ରୀ ହେବା ପରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ନେଇ ଅଭିଯୋଗ ହେଉଛି। ତାଙ୍କ ବିରୋଧରେ ସବିଆଇ ତଦନ୍ତ କରାଯାଉ ବୋଲି ମଞ୍ଚର ଆବାହାକ ମନୋଜ ମିଶ୍ର, ସରୋଜ ସାହୁ, ହରିଶ୍ଚ୍ରନ୍ଦ୍ର ପଣ୍ଡା, ଭାନୁ ପ୍ରତାପ ସିଂ ମାଝୀ, ହେମନ୍ତ କର, ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।