ଅପରାଧ ରାଜ୍ୟ

ନୂଆପଡ଼ାରେ ପୁଣି ମାଓ ତାଣ୍ଡବ: ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଲେ

ନୂଆପଡ଼ା: ନୂଆପଡ଼ାରେ ପୁଣି ମାଓ ତାଣ୍ଡବ। ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଲେ ମାଓବାଦୀ। ଗୋଟିଏ ଘରେ ଲାଗିଛି ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଏହାଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେ‌ମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲ‌ାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ।

ନୂଆପଡ଼ାରୁ ମାତ୍ର ୧୨ କିଲୋମିଟର ଦୂର ଏହି ଗାଁରେ ରି‌ପୋର୍ଟ ଲେଖାଯିବା ଯାଏ ପୁଲିସ ପହଞ୍ଚି ନଥିବା ଜଣାଯାଇଛି। ଏଣେଏଭଳି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।