ରାଜ୍ୟ

ନୂଆପଡ଼ାରେ କଂଗ୍ରେସକୁ ସଜାଡୁଛନ୍ତି ଶରତ: ପୁରୁଣା କର୍ମୀଙ୍କୁ ଏକଜୁଟ କରିବା ପାଇଁ ଚଳାଇଛନ୍ତି ଉଦ୍ୟମ

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ନିର୍ବାଚନମଣ୍ଡଳୀ ପାଇଁ ସେ ପୁରୁଣା ଚେହେରା। ନୂଆପଡ଼ାରେ ପୂର୍ବରୁ ତାଙ୍କର ସଂଗଠନ ରହିଛି। ସେଥିପାଇଁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସେ ନୂଆପଡ଼ା ବିଧାନସଭା ଆସନକୁ ବାଛିଛନ୍ତି ଏବଂ ବିଜୟ ଲକ୍ଷ୍ୟରେ ସେ ଘର ସଜାଡ଼ୁଥିବା ଦେଖିବାକୁ ମିଳୁଛି। ନୂଆପଡ଼ା ଆସନରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ପରାସ୍ତ ହୋଇଥିଲେ ମଧ୍ୟ ଦଳର ଭୋଟ୍‌ ହାର ବୃଦ୍ଧି ପାଇଥିଲା। ତେବେ, କଂଗ୍ରେସର ସ୍ଥିତି ଦେଖି ବହୁ ପୁରୁଣା କଂଗ୍ରେସ କର୍ମୀ ଚୁପ୍‌ ହୋଇ ବସିଥିଲେ। ବର୍ତ୍ତମାନ ଶରତ ଏଠା‌ରୁ ପ୍ରାର୍ଥୀ ହେବାପରେ  ପୁରୁଣା ତଥା ବରିଷ୍ଠ ନେତା ଓ କର୍ମୀ ସକ୍ରିୟ ହୋଇଛନ୍ତି। କିଛିଦିନ ତଳେ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ଶରତ ଖରିଆର ରୋଡ୍‌ରେ ଏକ କର୍ମୀ ସମ୍ମିଳନୀ କରିଥିଲେ। ଏହି ବୈଠକରେ ମଧ୍ୟ ପୁରୁଣା ନେତାଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଆସନ୍ତା ୮ ତାରିଖ ଦିନ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବାଇକ୍‌ ଶୋଭାଯାତ୍ରା କରି ତାଙ୍କୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖ ଦିନ କୋମନା ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।